ଝାଡଖଣ୍ଡ ରାଜନୀତିରେ ପରିବାରବାଦ ; ସୋରେନ୍ ପରିବାରରୁ ତିନି ଜଣ ବିଜୟୀ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ରାଜନୀତିରେ ପରିବାରବାଦର ରୋଚକ ଚିତ୍ର  । ବାପ-ଝିଅ, ଭାଇ-ଭାଇ ଓ ଦାଦା-ପୁତୁରାଙ୍କ ମଧ୍ୟରେ ଲଢେଇ । ଝାଡ଼ଖଣ୍ଡରେ ସୋରେନ ପରିବାରରୁ ଜିତିଲେ ୩, ହାରିଲେ ହେମନ୍ତଙ୍କ ବଡ଼ ଭାଉଜ  ।

sorena

କନକ ବ୍ୟୁରୋ: ମହାରାଷ୍ଟ୍ର ଝାଡ଼ଖଣ୍ଡରେ ଦେଖିବାକୁ ମିଳିଲା ପାରିବାରିକ ଲଢେଇ । ନିର୍ବାଚନୀ ମୈଦାନରେ କେଉଁଠି ବାପ-ଝିଅ ତ କେଉଁଠି ଭାଇ-ଭାଇ ଓ କେଉଁଠି ଦାଦା ପୁତୁରାଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ମହାରାଷ୍ଟ୍ର ବାରାମତି ଆସନରେ ଏନସିପି ମୁଖ୍ୟ ଅଜିତ୍ ପାୱାର ନିଜ ପୁତୁରା ଯୁଗେନ୍ଦ୍ର ପାୱାରଙ୍କୁ ମାତ ଦେଇଛନ୍ତି । ଉଦ୍ଧବଗୋଷ୍ଠୀ ଶିବସେନାରୁ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ୱର୍ଲି ବିଧାନସଭା ଆସନରୁ ଲଢୁଥିଲେ । ସାନଭାଇ ରାଜ ଠାକରେଙ୍କ ପୁଅ ଅମିତ୍ ଠାକରେ ଏମଏନଏସ ପକ୍ଷରୁ ମାହିମ ବିଧାନସଭା ଆସନରୁ ମୈଦାନକୁ ଓହ୍ଲାଇଥିଲେ। ତେବେ ଆଦିତ୍ୟ ଠାକରେ ନିଜ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇ ବିଜୟୀ ହୋଇଥିବା ବେଳେ ଅମିତ୍ ଠାକରେ ପରାଜୟର ସ୍ୱାଦ ଚାଖିଛନ୍ତି । 

ସେହିପରି ଏନସିପି ନେତା ନବାବ ମଲ୍ଲିକ ମନଖୁର୍ଦ ଶିବାଜୀ ନଗରରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବେଳେ ନୱାବଙ୍କ ଝିଅ ସାନା ମଲ୍ଲିକ ଅନୁଶକ୍ତି ନଗରରୁ ବିଜୟୀ ହୋଇଛନ୍ତି । ସେହିପରି ଝାଡ଼ଖଣ୍ଡରେ ସୋରେନ ପରିବାରରୁ ୩ଜଣ ସଦସ୍ୟ ବିଜୟୀ ହୋଇଥିବା ବେଳେ ଜଣେ ପରାଜିତ ହୋଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe