କନକ ବ୍ୟୁରୋ : ପବିତ୍ର ଘୋଷଯାତ୍ରା ପାଇଁ ଉତ୍ସବମୁଖର ହୋଇଛି ପୁରୀ । ବଡ଼ଦାଣ୍ଡରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ରଥଯାତ୍ରା ପାଇଁ ଭକ୍ତ ପ୍ରସ୍ତୁତ, ପଥ ପ୍ରସ୍ତୁତ । ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବଡ଼ଦାଣ୍ଡରେ ଯେତିକି ଭିଡ଼ ସେତିକି ଭିଡ଼ ଜମୁଛି ମଠ ଓ ଧର୍ମଶାଳାରେ । ଚାଲିଛି ଭଜନ କୀର୍ତ୍ତନ । ନାଚଗୀତରେ ସଭିଏଁ ମସଗୁଲ । କିଏ ହରି ନାମ ଗାଉଛି ତ ଆଉ କାହା କଣ୍ଠରେ ଜଗନ୍ନାଥ । ଏଭଳି ମାହୋଲ ଜମିଛି ପୁରୀରେ ।

Advertisment

ବଡ଼ଦାଣ୍ଡରେ ଯେତିକି ଭିଡ ସେତିକି ଭିଡ ଜମୁଛି ମଠ ଓ ଧର୍ମଶାଳାରେ । କିଏ କଲିକତାରୁ ତ ଆଉ କିଏ ଆସିଛି ବିହାରରୁ । ଏବେ ଲକ୍ଷାଧିକ ଭକ୍ତଙ୍କ ଠିକଣା ପାଲଟିଛି ମଠ ଓ ଧର୍ମଶାଳା । ରାତି ପାହିଲେ ଏଭଳି ଭଜନ କୀର୍ତ୍ତନରେ ସମୟ ବିତାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ମଠ ଓ ଧର୍ମଶାଳାରେ ରହୁଥିବା ଏହି ଶ୍ରଦ୍ଧାଳୁ ନିଜ ଖାଇବା ପାଇଁ ବି ମଠ ପରିସରରେ ହିଁ ବ୍ୟବସ୍ଥା କରିଦିଅନ୍ତି । ନିଜେ ରୋଷେଇ କରି ଶୁଦ୍ଧ ନିରାମିଷ ଖାଦ୍ୟ ଖାଉଛନ୍ତି ।

ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏଥିପାଇଁ ଅନେକ ହୋଟେଲ ବ୍ୟବସାୟୀ ଆକର୍ଷଣୀୟ ଅଫର ଦେଉଥିବା ବେଳେ ଅନେକଙ୍କ ପସନ୍ଦ ପାଲଟିଛି ମଠ ଓ ଧର୍ମଶାଳା । କମ ଖର୍ଚ୍ଚରେ ଅତି ଆନନ୍ଦରେ ରହୁଛନ୍ତି ଶ୍ରଦ୍ଧାଳୁ । ପୁରୀର ମଠ ଓ ଧର୍ମଶାଳା ବୁଲିଲା ବେଳେ ଆମେ ପାଇଥିଲୁ ଏହି ଦୁଇ ମହିଳାଙ୍କୁ । ଦିନ ଥିଲା ଉଭୟ ଅପରିଚିତ ଥିଲେ । ୨୫ ବର୍ଷ ତଳେ ଏହି ମଠରେ ହୋଇଥିଲା ଉଭୟଙ୍କ ଦେଖାସାକ୍ଷାତ । ବାସ ସେବେଠାରୁ ହୋଇଗଲା ବନ୍ଧୁତା । କାଳିଆର ଯାତ୍ରା ହେଲେ ଏଇଠି ହୁଏ ଭେଟାଭେଟି । ଆଉ କାଳିଆ ପାଖରେ ନିଜକୁ ସମର୍ପି ଦେଇ ଭୁଲିଯାନ୍ତି ସବୁକିଛି ।