କନକବ୍ୟୁରୋ : କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାରେ ଫୁଡ୍ କମିଶନ ଅଧ୍ୟକ୍ଷ। ଆମ୍ବ ଟାକୁଆ ଯାଉ ଖାଇ ୩ଜଣଙ୍କ ମୃତ୍ୟୁ ପରେ ଗସ୍ତ କରି ଅଘଟଣର ତଦନ୍ତ କରିବେ। ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁଙ୍କ ନେତୃତ୍ବରେ ଏକ ଟିମ ଗସ୍ତ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ପୀଡ଼ିତଙ୍କ ସହ ଆଲୋଚନା କରିବେ ।
ଏହାସହ ସ୍ଥାନୀୟ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନର ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ କମିଶନ । ଏହି ଅବସରରେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ସହିତ ବୃକ୍ସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରାଯିବ । ଗୁରୁବାର ତୁମୁଡିବନ୍ଧ ବ୍ଲକ ଯାଇ ଖାଦ୍ୟ ଯୋଗାଣ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟାନ୍ୟ ପ୍ରକଳ୍ପ ଅନୁଧ୍ୟାନ କରିବା ସହିତ ବ୍ଲକସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେବେ ।
ଶୁକ୍ରବାର ଫୁଲବାଣୀରେ କମିଶନ ଜିଲ୍ଲାସ୍ତରୀୟ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଥିବା କହିଛନ୍ତି। ଏହି ଗସ୍ତରେ କମିଶନ ଅଧ୍ୟକ୍ଷଙ୍କ ସହିତ ସଦସ୍ୟ ଦୟାନିଧ ଦାଶ ଓ ଅକ୍ଷୟ ବେହେରା ମଧ୍ୟ ରହିଛନ୍ତି।