କ୍ରିକେଟ ଖେଳି ଫେରିବା ବେଳେ ଧକ୍କା ଦେଲା ବାଇକ୍‌ । ଚାଲିଗଲା ୩ଜଣଙ୍କ ଜୀବନ ।

Advertisment

ବରଗଡ ପଦ୍ମପୁରରେ ମର୍ମନ୍ତୁଦ ଦୁର୍ଘଟଣା । କ୍ରିକେଟ ଖେଳି ଫେରୁଥିବାବେଳେ  ପଛପଟୁ ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ଚାଲିଗଲା ୩ଜଣଙ୍କ ଜୀବନ ।

ବରଗଡ ପଦ୍ମପୁରରେ ମର୍ମନ୍ତୁଦ ଦୁର୍ଘଟଣା । କ୍ରିକେଟ ଖେଳି ଫେରୁଥିବାବେଳେ  ପଛପଟୁ ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ଚାଲିଗଲା ୩ଜଣଙ୍କ ଜୀବନ ।

Cricket died

କନକ ବ୍ୟୁରୋ: କ୍ରିକେଟ୍ ଖେଳି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ପଦ୍ମପୁର ନିକଟ ମହୁଲପାଲି ନିକଟରେ ବାଇକକୁ ପଛପଟୁ ପିକଅପ ଭ୍ୟାନ ଧକ୍କା ଦେବାଫଳରେ ୩ ଜଣ ପ୍ରାଣ ହରାଇଛନ୍ତି । ପଦ୍ମପୁର ନିକଟସ୍ଥ ବାଜେନମୁଣ୍ଡା ଗାଁର କିଛି ପିଲା ବାନେ୍ଦନବାହାଲ ଗାଁକୁ କ୍ରିକେଟ ଖେଳିବାକୁ ଯାଇଥିଲେ । ତେବେ ମ୍ୟାଚ ଜିତି ଖୁସିରେ ଘରକୁ ଫେରୁଥିବା ବେଳେ ପଦ୍ମପୁର ନିକଟସ୍ଥ ମହୁଲପାଲି ବ୍ରିଜ ଉପରେ ସେମାନଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବାଇକରେ ବସିଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ମାନେ ପଦ୍ମନ ଥପା, ଆକାଶ ପୋଢ ଓ ପଦ୍ମଲୋଚନ ଥପା । ପଦ୍ମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ୩ଜଣ ପିଲାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe