କନକ ବ୍ୟୁରୋ : ଆସୁଛନ୍ତି ମୋଦୀ-ଶାହା, ଦଳୀୟ ମନ୍ତ୍ରୀ, ସାଂସଦ, ବିଧାୟକ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ଓଡ଼ିଶାରେ ବିଜେପି ସରକାର ଗଠନକୁ ୬ ମାସ ପୂରିବାକୁ ଯାଉଥିବା ବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା । ଏହାକୁ ନେଇ ରାଜ୍ୟ ବିଜେପିର ନେତାଠୁ ନେଇ କର୍ମୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ଆଜି ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ମନ୍ତ୍ରୀ, ସାଂସଦ, ବିଧାୟକ, କର୍ମୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ରାଜ୍ୟ ସରକାରଙ୍କ ୬ମାସର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ମୋଦୀ ଦଳର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି । ବିରୋଧୀ ବିଜେଡ଼ି ଓ କଂଗ୍ରେସକୁ କିଭଳି ଭାବେ ମାତ ଦେଇ ରାଜ୍ୟରେ ବିଜେପି ଆହୁରି ଆଗକୁ ଯିବ ସେନେଇ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯିବ ।