କନକ ବ୍ୟୁରୋ: ଶ୍ରୀମନ୍ଦିରରେ ମଙ୍ଗଳବାରଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବା ଶ୍ରାଦ୍ଧ ନୀତି ଅନୁଷ୍ଠିତ ହେଉଛି । ଗତକାଲି ଚତୁର୍ଦଶୀରେ ମହାପ୍ରଭୁ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଛନ୍ତି । ଆଜି ଅମାବାସ୍ୟାରେ ମହାପ୍ରଭୁ ତ୍ରେତୟା ଯୁଗର ଦଶରଥ ଓ କୌଶଲ୍ୟାଙ୍କୁ ଶ୍ରାଦ୍ଧ ଦେବେ । ଦ୍ୱିତୀୟ ଦିନର ଦେବଦୀପାବଳି ଅବସରରେ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ସନ୍ଧ୍ୟାରେ ଏକ ଲକ୍ଷ ଦୀପ ପ୍ରଜଳ୍ୱନ କରାଯିବ । ସମ୍ପୂର୍ଣ ବଡଦାଣ୍ଡ ଦୀପ ମୟ ହୋଇପଡିବ । 

Advertisment

ଅଢ଼େଇ ହଜାରରୁ ସିଧା ୨୫ ହଜାର, ୧୦ ଗୁଣା ବଢ଼ିଗଲା ଗାଡ଼ି ଫିଟନେସ୍ ଫି

ଦେବ ଦୀପାବଳି ନୀତିକୁ ନେଇ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି l ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଯାଇଥାଏ । ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ, ଶ୍ରୀବଳଭଦ୍ର ୧୪ହାତ ଓ ଦେବୀ ଶୁଭଦ୍ରା ୧୨ ହାତ ଲମ୍ବ ବିଶିଷ୍ଟ  ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି । ଶ୍ରାଦ୍ଧ ବେଶରେ ଠାକୁରମାନେ ତଡଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।