କନକ ବ୍ୟୁରୋ: ବୈଦିକ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ, ପାବପାଲି, ଶାସନରେ ତିନିଦିନିଆ ଅଭିନୟ କର୍ମଶାଳା ଅତି ଆଡ଼ମ୍ବରର ସହିତ ପାଳିତ ହୋଇଯାଇଛି । ଏହି ସମାରୋହରେ ଭାରତର ବଲିଉଡ ଜଗତର ନାମକରା ପ୍ରସିଦ୍ଧ ଅଭିନେତା ଓ ଥିଏଟର ଶିଳ୍ପୀ ପ୍ରୋଫେସର ଭଗବାନ ତିୱାରୀଙ୍କ ସହ ଆଉ ଜଣେ ବଲିଉଡ ଜଗତର ଜଣାଶୁଣା ନିର୍ଦ୍ଦେଶକ ଅଙ୍କିତ ଶୁକ୍ଳା ଯୋଗଦେଇ ସଫଳତାର ମୂଳମନ୍ତ୍ର ଦେଇଥିଲେ । ଛାତ୍ରୀଛାତ୍ରୀଙ୍କ ଭିତରେ ଥିବା ପ୍ରତିଭାକୁ ସେମାନେ କିପରି ଭାବରେ ଜାଣି ପାରିବେ ଓ ଅଭିନୟ କଳା, ମଞ୍ଚ ପ୍ରସ୍ତୁତି, ଭାବଭଙ୍ଗୀ ଓ ଦେହଭାଷା ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

Advertisment

acting

ଏହି କର୍ମଶାଳା ସୀମିତ ଅଂଶଗ୍ରହଣକାରୀଙ୍କ ପାଇଁ ହୋଇଥିବା ସତ୍ତ୍ୱେ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟରୁ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ଆନନ୍ଦ ଅଗ୍ରୱାଲ ଅଭିନୟ କିପରି ଭାବରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ କରେ ତାହା ଭାଷଣରେ କହିଥିଲେ । ଅଭିନୟ ସୃଜନଶୀଳ ଚେତନା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଥାଏ । ଅଭିନୟ କର୍ମଶାଳାରୁ ବହୁତ କିଛି ଜ୍ଞାନ ଆହରଣ କରି ନିଜକୁ ସଫଳ ମଣିଷଟିଏ ବନେଇ ପରିବା ସେ ବିଷୟରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତି ଉଚ୍ଚକୋଟୀର ଗୀତ ବାଦ୍ୟ ନୃତ୍ୟ ପରିବେଷଣ ହୋଇଥିଲା ଏବଂ ଅଧ୍ୟକ୍ଷ ଶ୍ରୀମତୀ ଗୀତା ଧର୍ମରାଜନ, ଉପ ଅଧ୍ୟକ୍ଷ ମୋନେନ ଈଶ୍ୱରୀଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।