ଶରଧାବାଲିରେ ପହଞ୍ଚିଲା ତିନି ରଥ ; ହରିବୋଲ ,ହୁଳହୁଳିରେ ପ୍ରକମ୍ପିତ ହେଲା ଚତୁଃପାର୍ଶ୍ୱ

ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ , ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ।

jkgh

Photograph: (kanaknews)

କନକ ବ୍ୟୁରୋ : ଶରଧାବାଲିରେ ପହଞ୍ଚିଲା ତିନି ରଥ । ତାଳଧ୍ୱଜ , ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ପହଞ୍ଚିଲା । ଦିନ ୧୧ଟା ୧୭ ରେ ପହଞ୍ଚିଲା ତାଳଧ୍ୱଜ ରଥ । ୧୨ଟା ୧୬ରେ ପହଞ୍ଚିଲା ଦର୍ପଦଳନ ରଥ । ୧ଟା ୮ମିନିଟ୍‌ରେ ପହଞ୍ଚିଲା କାଳିଆର ନନ୍ଦିଘୋଷ ରଥ । ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଘଣ୍ଟ ,ହୁଳହୁଳି ,ହରିବୋଲରେ ପ୍ରକମ୍ପିତ ହେଲା ଚତୁଃପାର୍ଶ୍ୱ । ଶେଷରେ ଶରଧାବାଲିରେ ପହଞ୍ଚିଲେ ଭାଇ ଭଉଣୀ ତିନି ଜଣ ।

ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ । ଆଜି ସକାଳ ସାଢ଼େ ୯ଟାରେ ପୁଣି ରଥ ଟାଣିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ସେପଟେ ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଥିଲା । ଝିପିଝିପି ବର୍ଷା ସତ୍ତ୍ବେ ବି ସାରାରାତି ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe