ସିଂହଦ୍ବାର ଆଗରେ ଲାଗିଲା ତିନି ରଥ,  ତାଳଧ୍ବଜ, ଦର୍ପଦଳନ ପରେ ଲାଗିଲା ନନ୍ଦିଘୋଷ

Advertisment

  ସିଂହଦ୍ବାର ଆଗରେ ତିନି ରଥ,  ନନ୍ଦିଘୋଷ ରଥକୁ ଟାଣି ଆଣିଲେ ଶ୍ରଦ୍ଧାଳୁ

  ସିଂହଦ୍ବାର ଆଗରେ ତିନି ରଥ,  ନନ୍ଦିଘୋଷ ରଥକୁ ଟାଣି ଆଣିଲେ ଶ୍ରଦ୍ଧାଳୁ

ସିଂହଦ୍ବାର  ଆଗରେ ତିନି ରଥ

ସିଂହଦ୍ବାର ଆଗରେ ତିନି ରଥ Photograph: (KanakNews)

କନକ ବ୍ୟୁରୋ:  ସିଂହଦ୍ବାର ଆଗରେ ଲାଗିଲା ତିନି ରଥ ।  ତାଳଧ୍ବଜ, ଦର୍ପଦଳନ  ପରେ  ଲାଗିଲା ନନ୍ଦିଘୋଷ । ନନ୍ଦିଘୋଷ  ରଥକୁ ଟାଣି ଆଣିଲେ ଶ୍ରଦ୍ଧାଳୁ ।  ଗୁଣ୍ଡିଚା ମନ୍ଦିରରେ ନିଜ ଲୀଳା ସାରି ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦିରେ ମାନବୀୟ ଲୀଳା ସାରି ସିଂହଦ୍ବାରକୁ ବାହୁଡ଼ି ଆସିଛନ୍ତି ମହାବାହୁ । ଭାଇଭଉଣୀଙ୍କ ସହ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଛାଡ଼ି ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ କାଳିଆ ଠାକୁର । ଯାହାକୁ ନେଇ ଅଭିମାନ କରିଥିଲେ ମାଆ ଲକ୍ଷ୍ମୀ ।

ଏହାକୁ ନେଇ ରହିଛି ବାହୁଡ଼ା ଦିନର ଏକ ଅନନ୍ୟ ପରମ୍ପରା ଲକ୍ଷ୍ମୀ-ନାରାୟଣ ଭେଟ। ସେହିପରି ଅର୍ଦ୍ଧାଶିନୀ ମନ୍ଦିର ବା ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଖାଇ ସିଂହଦ୍ବାରକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହାସହ ନୀଳାଦ୍ରୀବିଜେରେ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଞ୍ଜନ କରିବେ ଜଗନ୍ନାଥ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe