କନକ ବ୍ୟୁରୋ: ସିଂହଦ୍ବାର ଆଗରେ ଲାଗିଲା ତିନି ରଥ । ତାଳଧ୍ବଜ, ଦର୍ପଦଳନ ପରେ ଲାଗିଲା ନନ୍ଦିଘୋଷ । ନନ୍ଦିଘୋଷ ରଥକୁ ଟାଣି ଆଣିଲେ ଶ୍ରଦ୍ଧାଳୁ । ଗୁଣ୍ଡିଚା ମନ୍ଦିରରେ ନିଜ ଲୀଳା ସାରି ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦିରେ ମାନବୀୟ ଲୀଳା ସାରି ସିଂହଦ୍ବାରକୁ ବାହୁଡ଼ି ଆସିଛନ୍ତି ମହାବାହୁ । ଭାଇଭଉଣୀଙ୍କ ସହ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଛାଡ଼ି ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ କାଳିଆ ଠାକୁର । ଯାହାକୁ ନେଇ ଅଭିମାନ କରିଥିଲେ ମାଆ ଲକ୍ଷ୍ମୀ ।
ଏହାକୁ ନେଇ ରହିଛି ବାହୁଡ଼ା ଦିନର ଏକ ଅନନ୍ୟ ପରମ୍ପରା ଲକ୍ଷ୍ମୀ-ନାରାୟଣ ଭେଟ। ସେହିପରି ଅର୍ଦ୍ଧାଶିନୀ ମନ୍ଦିର ବା ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଖାଇ ସିଂହଦ୍ବାରକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହାସହ ନୀଳାଦ୍ରୀବିଜେରେ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଞ୍ଜନ କରିବେ ଜଗନ୍ନାଥ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/05/puri-2025-07-05-21-45-15.jpg)