ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ବାଲେଶ୍ୱରର ୩ଟି ବ୍ଲକ । ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଜଳମଗ୍ନ ।

Advertisment

ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ବାଲେଶ୍ୱରର ୩ଟି ବ୍ଲକ । ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ତଳିଆ ଅଞ୍ଚଳ ଜଳମଗ୍ନ । ଘରେ ପାଣି, ନଦୀ ବନ୍ଧରେ ଜୀବନ । ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ।

ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ବାଲେଶ୍ୱରର ୩ଟି ବ୍ଲକ । ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ତଳିଆ ଅଞ୍ଚଳ ଜଳମଗ୍ନ । ଘରେ ପାଣି, ନଦୀ ବନ୍ଧରେ ଜୀବନ । ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ।

Flood ++++++++

କନକ ବ୍ୟୁରୋ: ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ବାଲେଶ୍ୱର ଜିଲ୍ଲା ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଁରେ ଆଣ୍ଠୁଏ ଉପରେ ପାଣି  । ଚାଷ ଜମି କିଏ, ନଦୀ କିଏ ଜଣାପଡୁନାହିଁ । ପାଣି ଘେରରେ ରାତି କାଟିଛନ୍ତି ବିପନ୍ନ । ପିଲା ଛୁଆଙ୍କୁ ଧରି ନଦୀ ବନ୍ଧରେ ରହୁଛନ୍ତି । ଚାରିଆଡ଼େ ପାଣି ଦେଖି ନା ଆଖିରେ ନିଦ ଅଛି ନା ପେଟରେ ଭୋକ । ସମୟ ବଢ଼ିବା ସହ ମନରେ ଭୟ ବଢୁଛି। ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ସୂର୍ଯ୍ୟପୁର ଗାଁର ୨୫ରୁ ଅଧିକ ପାଣି ଘେରରେ ରହିଛନ୍ତି।

ସୁବର୍ଣ୍ଣରେଖା ପାଣି ବଢିବାରୁ ରାତାରାତି ଟାପୁରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପିଲା ଛୁଆଙ୍କୁ ନେଇ ଡ଼ଙ୍ଗା ସାହାଯ୍ୟରେ ଭୁଆ ବନ୍ଦ ଉପରକୁ ଉଠି ଆସିଛନ୍ତି ଗାଁ ଲୋକ। ରାସ୍ତାରେ ତମ୍ବୁ ମାରି ଜୀବନ ବିତାଉଛନ୍ତି । ଭୋଗରାଇ ବ୍ଲକ ପୂର୍ବକୁଲାଡ୍ ଗାଁର ପ୍ରଭାବିତ ପରିବାର ବନ୍ଦ ଉପରେ ଆଶ୍ରୟ ନେଉଛନ୍ତି । ୨୦୦ରୁ ଅଧିକ ପରିବାର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି ।

ଧିରେଧିରେ  ଅଣାୟତ୍ତ ହେଉଛି ଖଳବାଡିଆ ଗାଁର ଚିତ୍ର । ୪୫୦ ପରିବାର ଏବେ ଜଳବନ୍ଦୀ । ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଏବଂ ଜଳକା ନଦୀର ଜଳସ୍ତର । ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ବହୁଛି। ଫଳରେ ବାଲିଆପାଳ, ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଡଙ୍ଗା ସାହାଯ୍ୟରେ ଲୋକେ ଯିବାଆସିବା କରୁଛନ୍ତି । 

ଓଡ୍ରାଫ, ଏନଡିଆରଏଫ୍ ଟିମ ଏବଂ ଅଗ୍ନିଶମ ବାହିନୀ ପ୍ରଭାବିତ ଅଂଚଳରୁ ଉଦ୍ଧାର କାମରେ ଲାଗିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶ ମାର୍ଗକୁ ବନ୍ୟାଂଚଳ ବୁଲି ଦେଖିଛନ୍ତି । ଏବଂ ସମ୍ଭାବ୍ୟ ପରିସ୍ଥିତିର ସମୁଖିନ ପାଇଁ ପ୍ରଶାସନ ପକ୍ଷରୁ କି ପ୍ରକାର ବନ୍ଦୋବସ୍ତ ହୋଇଛି, ତାର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe