ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଆସିଲା ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ମେସେଜ୍ । ଦାବି କଲେ ୨ କୋଟି ଟଙ୍କା, ତାପରେ...

Advertisment

ପୁଣି ବଲିଉଡ଼ ଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ଦୁଇ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଲେ ଦୁବୃର୍ତ୍ତ । ମୁମ୍ବାଇ ଟ୍ରାଫିକ ପୁଲିସ ପାଖକୁ ଏକ ଧମକପୂର୍ଣ୍ଣ ମେସେଜ ଆସିବା ପରେ ଭାଇଜାନଙ୍କ ସୁରକ୍ଷା ଚିନ୍ତା ବଢିଛି ।

ପୁଣି ବଲିଉଡ଼ ଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ଦୁଇ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଲେ ଦୁବୃର୍ତ୍ତ । ମୁମ୍ବାଇ ଟ୍ରାଫିକ ପୁଲିସ ପାଖକୁ ଏକ ଧମକପୂର୍ଣ୍ଣ ମେସେଜ ଆସିବା ପରେ ଭାଇଜାନଙ୍କ ସୁରକ୍ଷା ଚିନ୍ତା ବଢିଛି ।

Salaman

କନକ ବ୍ୟୁରୋ : ପୁଣି ବଲିଉଡ଼ ଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ଦୁଇ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଲେ ଦୁବୃର୍ତ୍ତ । ମୁମ୍ବାଇ ଟ୍ରାଫିକ ପୁଲିସ ପାଖକୁ ଏକ ଧମକପୂର୍ଣ୍ଣ ମେସେଜ ଆସିବା ପରେ ଭାଇଜାନଙ୍କ ସୁରକ୍ଷା ଚିନ୍ତା ବଢିଛି । ଧମକ ଦେଇଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ପୂର୍ବରୁ ମଧ୍ୟ ସଲମାନଙ୍କୁ ହତ୍ୟା ଧମକ ମାମଲାରେ ନୋଏଡାରୁ ୨୦ ବର୍ଷିୟ ଯୁବକ ଗୁଫ୍ରାନ ଖାନ ଓ ଜଣେ ପରିବା ବିକାଳୀ ଗିରଫ ହୋଇସାରିଛନ୍ତି । ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗ୍ ପକ୍ଷରୁ ଏଭଳି ଧମକ ଦିଆଯାଇଥିବା ନେଇ ଦାବି କରଯାଉଛି । ସଲମାନଙ୍କ ଘନିଷ୍ଠ ସହଯୋଗୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ମିଳୁଥିବା ଧମକକୁ ଗୁରୁତର ଭାବେ ନେଇଛି ପୁଲିସ ।

ଦେଶ ବିଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଆତଙ୍କ । ଏସବୁ ମଧ୍ୟରେ ୨୦୨୨ ମସିହାରେ ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ଘଟଣାକୁ ନେଇ ପଞ୍ଜାବ ପୁଲିସ୍ ଉପରେ ବର୍ଷିଛନ୍ତି ହାଇକୋର୍ଟ । କେମିତି ଜଣେ ହାର୍ଡକୋର ଅପରାଧିକୁ ସାକ୍ଷାତକାର ପାଇଁ ବୈଦୁତିକ ଉପକରଣ ଯୋଗାଇ ଦିଆଯିବା ସହ ଷ୍ଟୁଡିଓର ବ୍ୟବସ୍ଥା କରାଗଲା? ଏହି ଘଟଣାରେ କନିଷ୍ଠ ଅଧିକାରୀଙ୍କୁ ନିଳମ୍ବିତ କରି ବରିଷ୍ଠ ଅଧିକାରୀଙ୍କୁ କାହିଁକି ସରକାର ସୁରକ୍ଷା ଦେଲେ? ଏହା ଉପରେ ତଦନ୍ତ କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe