କନକ ବ୍ୟୁରୋ : ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କାଟଜ୍ କହିଛନ୍ତି, ହମାସ୍ ଆମ ସର୍ତ୍ତକୁ ନ ମାନିଲେ ଗାଜା ସିଟିକୁ ସମ୍ପୂର୍ଣ୍ଣ ନଷ୍ଟ କରାଯିବ । ସରକାରୀ ସୂଚନା ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଅନୁଯାୟୀ, ଗାଜା ସିଟିର ବିଭିନ୍ନ ଅଞ୍ଚଳରେ ଇସ୍ରାଏଲି ସୈନ୍ୟମାନଙ୍କ ବୋମା ଓ ମିସାଇଲ ଆକ୍ରମଣରେ ୬୫ ଜଣଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲର କହିବାନୁଯାୟୀ, ହମାସ ମୁଖ୍ୟତଃ ମେଡିକାଲରେ ଲୁଚି ରହୁଛି ସେଥିପାଇଁ ମୋସାଦ ଗାଜା ମେଡିକାଲକୁ ଟାର୍ଗେଟ୍‌ କରୁଛି । ଇସ୍ରାଏଲ ବାରମ୍ବାର କହିଆସୁଛି, ହମାସ ତୁରନ୍ତ ବନ୍ଧକମାନଙ୍କୁ ମୁକ୍ତ କରୁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ହମାସକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ନକରିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ।

Advertisment

ନିଶ୍ଚିହ୍ନ ହେବ ହମାସ – ଡିଏସକେ
ଇସ୍ରାଏଲ ଆକ୍ରମଣରେ ଗାଜା ସିଟିରେ ୬୫ ଜଣଙ୍କର ମୃତ୍ୟୁ, ୩୦୦ରୁ ଅଧିକ ଆହତ  
ହମାସ ଇସ୍ରାଏଲ ସର୍ତ୍ତରେ ରାଜି ନହେଲେ ସମ୍ପୂର୍ଣ୍ଣ ଗାଜା ସିଟିକୁ ନଷ୍ଟ କରାଯିବ
ଆଇଡିଏଫ୍‌ ଆକ୍ରମଣରେ ଗାଜା ହସ୍ପିଟାଲ୍, ପୁଲିସ ଷ୍ଟେସନ୍ ଓ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ  
ଗାଜାରେ ଖାଦ୍ୟ-ଔଷଧ ଅଭାବ ଆହତମାନଙ୍କ ସଂଖ୍ୟା ବୃଦ୍ଧି 
ସପ୍ତାହେ ଭିତରେ ୧୫୦ରୁ ଅଧିକଙ୍କ ମୃତ୍ୟୁ 
ହମାସ ଯଦି ଇସ୍ରାଏଲର ସର୍ତ୍ତ ନମାନେ ତେବେ ଯୁଦ୍ଧ ଲମ୍ବା ହେବ