କନକ ବ୍ୟୁରୋ : ମୁମ୍ୱାଇକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ । ଅଶ୍ବିନ ସୁପ୍ରା ନାମକ ବ୍ୟକ୍ତିକୁ ନୋଏଡାରୁ ମୁମ୍ୱାଇ କ୍ରାଇମବ୍ରାଞ୍ଚ୍ ଗିରଫ କରିଛି । ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ଅଶ୍ବିନ ହ୍ବାଟ୍ସଆପ୍ ଯୋଗେ ଧମକ ଦେଇଥିଲା । କହିଥିଲା, ୧୪ ଜଣ ଆତଙ୍କବାଦୀ ମାନବ ବୋମା ଭାବେ ୪ ଶହ କେଜି ଆରଡିଏକ୍ସ ଧରି ୩୪ଟି ଗାଡ଼ିରେ ମୁମ୍ୱାଇରେ ପ୍ରବେଶ କରିଛନ୍ତି । ଶନିବାର ଗଣେଶ ଉତ୍ସବ ଶେଷଦିନ ମୁମ୍ୱାଇରେ ବିସ୍ଫୋରଣ ଘଟାଇବେ । ସେ ନିଜକୁ ଲସ୍କର-ଏ-ଜିହାଦୀ ଭାବେ ପରିଚୟ ଦେଇଥିଲା ।  ପ୍ରାୟ ୫୦ ବର୍ଷ ବୟସ୍କ ଅଶ୍ୱିନ ସୁପ୍ରା ବିହାରର ମୂଳ ବାସିନ୍ଦା ଓ ସେ ବ୍ୟବହାର କରିଥିବା ମୋବାଇଲ ଫୋନ୍ ଓ ସିମ୍ ଜବତ କରାଯାଇଛି । ଅଶ୍ବିନ ସୁପ୍ରାକୁ  ମୁମ୍ୱାଇ ଆଣୁଛି କ୍ରାଇମବ୍ରାଞ୍ଚ ।  ଏଭଳି ଧମକର ଉଦ୍ଦେଶ୍ୟ କ’ଣ ଓ ଆଉ କିଏ ଏହି ଘଟଣାରେ ଜଡ଼ିତ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି ।   

Advertisment

ଧମକ ଦେଇଥିବା ବ୍ୟକ୍ତି ଗିରଫ

ବିସ୍ଫୋରଣରେ ମୁମ୍ୱାଇ ଉଡ଼ାଇ ଦେବାକୁ ଦେଇଥିଲା ଧମକ
କହିଥିଲା, ୧୪ ଆତଙ୍କବାଦୀ ୪୦୦ କେଜି ଆରଡିଏକ୍ସ ଧରି ମୁମ୍ୱାଇରେ ପଶିଛନ୍ତି
ଅଶ୍ୱିନ ସୁପ୍ରାକୁ ନୋଏଡାରୁ ଗିରଫ କଲା ମୁମ୍ୱାଇ କ୍ରାଇମବ୍ରାଞ୍ଚ
ଅଭିଯୁକ୍ତ ଅଶ୍ୱିନ ସୁପ୍ରାକୁ  ମୁମ୍ୱାଇ ଅଣାଯାଉଛି
ବ୍ୟବହୃତ ମୋବାଇଲ ଓ ସିମ୍ ଜବତ
ଧମର ଉଦ୍ଦେଶ୍ୟ କ’ଣ, ଆଉ କିଏ ସମ୍ପୃକ୍ତ ?   
ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍