ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଉଡ଼ାଇଦେବାକୁ ଧମକ ; ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ବୋମା ଧମକ । ଟାୱାରରେ ଆରଡିଏକ୍ସ ଖଞ୍ଜା ଯାଇଥିବା ନେଇ ଇ-ମେଲ୍ ।  ପୁଲିସ ଓ ବୋମା ନିଷ୍କ୍ରିୟକାରୀର ତଦନ୍ତ  ।  ଷ୍ଟକ୍ ଏକ୍ସଚେଞ୍ଜ ଉଡ଼ାଇବାକୁ ଧମକ

EXCHANGE

କନକ ବ୍ୟୁରୋ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଉଡ଼ାଇଦେବାକୁ  କମରେଡ୍ ପିନରାଇ ବିଜୟନ୍ ନାମକ ବ୍ୟକ୍ତିଙ୍କ  ଇମେଲରୁ ଏଭଳି ଧମକ ମିଳିବା ପରେ ମୁମ୍ବାଇ ପୁଲିସରେ ହଇଚଇ ସୃଷ୍ଟି ହୋଇଛି । ଆଜି ବିସ୍ଫୋରଣରେ ଷ୍ଟକ୍ ଏକ୍ସଚେଞ୍ଜକୁ ଉଡ଼ାଇଦେବାକୁ ବିଲ୍ଡିଂରେ ଅରଡିଏକ୍ସ, ଆଇଇଡି ଲଗାଯାଇଛି । ଏହି ମେଲ୍ ମିଳିବା ପରେ ବୋମା ନିଷ୍କ୍ରୀୟକାରୀ ଦଳ ପୂରା ବିଲ୍ଡିଂର ଖାନତଲାସି କରିଥିବା ଜଣାପଡ଼ିଛି ।

ମୁମ୍ବାଇ ପୁଲିସର ସୂଚନା ମୁତାବକ, ରବିବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ମେଲ୍  ଆସିଥିଲା । ଏଥିରେ ସମ୍ପୃକ୍ତ ବ୍ୟକ୍ତି ଷ୍ଟକ୍ ଏକ୍ସଚେଞ୍ଜକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଥିଲେ । ଏହାପରେ ତୁରନ୍ତ ଷ୍ଟକ୍ ଏକ୍ସଚେଞ୍ଜ ପରିସରରେ ସତର୍କତା ବଢ଼ାଇଦିଆଗଲା । ଷ୍ଟକ୍ ଏକ୍ସଚେଞ୍ଜର ସମସ୍ତଙ୍କ ଅଧିକାରୀଙ୍କୁ ଏ ବାବଦରେ ସୂଚନା ଦିଆଗଲା । ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାବେଳେ ଭିତରେ କିନ୍ତୁ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe