କନକ ବ୍ୟୁରୋ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଉଡ଼ାଇଦେବାକୁ କମରେଡ୍ ପିନରାଇ ବିଜୟନ୍ ନାମକ ବ୍ୟକ୍ତିଙ୍କ ଇମେଲରୁ ଏଭଳି ଧମକ ମିଳିବା ପରେ ମୁମ୍ବାଇ ପୁଲିସରେ ହଇଚଇ ସୃଷ୍ଟି ହୋଇଛି । ଆଜି ବିସ୍ଫୋରଣରେ ଷ୍ଟକ୍ ଏକ୍ସଚେଞ୍ଜକୁ ଉଡ଼ାଇଦେବାକୁ ବିଲ୍ଡିଂରେ ଅରଡିଏକ୍ସ, ଆଇଇଡି ଲଗାଯାଇଛି । ଏହି ମେଲ୍ ମିଳିବା ପରେ ବୋମା ନିଷ୍କ୍ରୀୟକାରୀ ଦଳ ପୂରା ବିଲ୍ଡିଂର ଖାନତଲାସି କରିଥିବା ଜଣାପଡ଼ିଛି ।
ମୁମ୍ବାଇ ପୁଲିସର ସୂଚନା ମୁତାବକ, ରବିବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ମେଲ୍ ଆସିଥିଲା । ଏଥିରେ ସମ୍ପୃକ୍ତ ବ୍ୟକ୍ତି ଷ୍ଟକ୍ ଏକ୍ସଚେଞ୍ଜକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଥିଲେ । ଏହାପରେ ତୁରନ୍ତ ଷ୍ଟକ୍ ଏକ୍ସଚେଞ୍ଜ ପରିସରରେ ସତର୍କତା ବଢ଼ାଇଦିଆଗଲା । ଷ୍ଟକ୍ ଏକ୍ସଚେଞ୍ଜର ସମସ୍ତଙ୍କ ଅଧିକାରୀଙ୍କୁ ଏ ବାବଦରେ ସୂଚନା ଦିଆଗଲା । ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାବେଳେ ଭିତରେ କିନ୍ତୁ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/15/stock-exchange-2025-07-15-16-24-46.jpg)