ଭାରତ ଉପରେ ଟାରିଫ ଲଗାଇ ଅନୁତାପ କରୁଛନ୍ତି କି ଟ୍ରମ୍ପ, ସାକ୍ଷାତାକାର କାର୍ଯ୍ୟକ୍ରମରେ ବିବାଦ ବଢୁଥିବା ବୟାନକୁ ନେଇ ଚର୍ଚ୍ଚା

ଚୀନ ଉପରେ ୫୦ରୁ ଶହେ ପ୍ରତିଶତ ଟାରିଫ୍ ଧମକ

ଚୀନ ଉପରେ ପଡ଼ିବ ଚଡ଼କ

ଚୀନ ଉପରେ ପଡ଼ିବ ଚଡ଼କ Photograph: (KanakNews)

କନକ ବ୍ୟୁରୋ;  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ ଧମକ ଦେଇଛନ୍ତି  । ଏଥର ସେ ଚୀନ ଉପରେ ୫୦ ପ୍ରତିଶତ ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି ଓ କହିଛନ୍ତି ଯେ ଏହା କେବଳ ଆମେରିକାକୁ ଆର୍ଥିକ ଭାବରେ ସାହାଯ୍ୟ କରିବ ନାହିଁ ବରଂ ଏହି ପଦକ୍ଷେପ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହେବ ବୋଲି କହିଛନ୍ତି ।

ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ସେ ରୁଷ ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ । କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ସମସ୍ତ ନାଟୋ ଦେଶ ଏକାଠି ଏହି ପଦକ୍ଷେପରେ ସହମତ ହେବେ ଏବଂ ରୁଷରୁ ତେଲ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିଦେବେ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe