କନକ ବ୍ୟୁରୋ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ ଧମକ ଦେଇଛନ୍ତି । ଏଥର ସେ ଚୀନ ଉପରେ ୫୦ ପ୍ରତିଶତ ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି ଓ କହିଛନ୍ତି ଯେ ଏହା କେବଳ ଆମେରିକାକୁ ଆର୍ଥିକ ଭାବରେ ସାହାଯ୍ୟ କରିବ ନାହିଁ ବରଂ ଏହି ପଦକ୍ଷେପ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହେବ ବୋଲି କହିଛନ୍ତି ।
ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ସେ ରୁଷ ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ । କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ସମସ୍ତ ନାଟୋ ଦେଶ ଏକାଠି ଏହି ପଦକ୍ଷେପରେ ସହମତ ହେବେ ଏବଂ ରୁଷରୁ ତେଲ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିଦେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/13/china-2025-09-13-20-43-43.jpg)