ପିଲାଙ୍କୁ ଝୁରୁଛି କଳାହାଣ୍ଡି : ୨ ଦିନ ପରେ ନୂଆଁଖାଇ , ଦାଦନ ଖଟିବାକୁ ଯାଇଥିବା ହଜାର ହଜାର ଯୁବକଯୁବତୀ ଫେରିନାହାନ୍ତି ଘରକୁ

ପରିବାର ଲୋକ କିଏ ନିଜ ପୁଅ, କିଏ ନିଜ ବାପା,ମା’ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ଆଉ କେଉଁଠି ବର୍ଷ ସାରା ଘରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଥାଏ ।

dadana

dadana Photograph: (KanakNews)

କନକ ବ୍ୟୁରୋ : ଆଉ ୨ ଦିନ ପରେ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୂରା ପଶ୍ଚିମ ଓଡ଼ିଶା । ହେଲେ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । କେଉଁଠି ହଜାର ହଜାର ଯୁବକ ଯୁବତୀ ଦାଦନ ଖଟିବାକୁ ଯାଇ ଘରକୁ ଫେରିନାହାନ୍ତି । ପରିବାର ଲୋକ କିଏ ନିଜ ପୁଅ, କିଏ ନିଜ ବାପା,ମା’ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ଆଉ କେଉଁଠି ବର୍ଷ ସାରା ଘରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଥାଏ । ନୂଆଁଖାଇ ପାଇଁ ଭିଟା ମାଟିକୁ ବାହୁଡ଼ିଛନ୍ତି ଅନେକ ଲୋକ। କେସିଙ୍ଗା ବ୍ଲକ ଅଧୀନ ପଥର୍ଲା ଗାଁରେ ଗଣପର୍ବ ନୂଆଖାଇକୁ ସର୍ବ ପ୍ରଥମେ ପାଳନ କରିଛନ୍ତି । ହେଲେ ଏସବୁ ଭିତରେ କଳାହାଣ୍ଡିରେ ଦାଦନ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe