କନକ ବ୍ୟୁରୋ:  ଶୀତ ରାତିରେ ଖୋଲା ଆକାଶ ତଳେ ହକ୍ ପାଇଁ ଅନଶନ । ରାଜଧାନୀର ରାଜରାସ୍ତାରେ, ବିଧାନସଭାର ସମ୍ମୁଖରେ ନ୍ୟାୟ ଦାବିରେ ଆନ୍ଦୋଳନ । ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏବେ ଲୋୟର ପିଏମଜି ଧାରଣାସ୍ଥଳ।  ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡ଼ରରେ କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସି ରହିଛନ୍ତି । ସରକାର ଦାବି ନମାନିବା ଯାଏ ଧାରଣାସ୍ଥଳରୁ ଉଠିବୁ ନାହୁଁ ବୋଲି ମହିଳା କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି । 

Advertisment

ତେବେ କେବଳ ମିଶନ ଶକ୍ତି ମହିଳା ନୁହଁନ୍ତି ଅନ୍ୟ ସଂଗଠନ ମାନେ ମଧ୍ୟ ନିଜ ନିଜର ଦାବି ନେଇ ଧାରଣାରେ ବସିଛନ୍ତି। ଖୋଲା ଆକାଶ ତଳେ, ଶୀତ କାକରରେ ରାସ୍ତା ଉପରେ ପଡ଼ିରହିଥିବା ବେଳେ ସରକାର କେବେ ଦୁଖଃ ଶୁଣିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନରତ ଏହି ସଂଗଠନ ଗୁଡ଼ିକ ପାଇଁ ଖାଇବା, ରହିବାର ସୁବିଧା ନଥିବା ବେଳେ ଶୌଚାଳୟର ସୁବିଧା ମଧ୍ୟ ନାହିଁ। ଆନ୍ଦୋଳନକାରୀ ମାନେ ନିଜ ନ୍ୟାୟ ପାଇଁ ରାଜଧାନୀକୁ ଆସି ରାତି ଅଧରେ କିପରି ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି କାଳୀଚରଣ ରଣଜିତ୍। 
--