କନକ ବ୍ୟୁରୋ : ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ମହିଳା। ଅଲ ଓଡ଼ିଶା ଜି.ପି.ଏଲ.ଏଫ ମିଶନ ଶକ୍ତି ସାମୁଖ୍ୟ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯାଇଛି। ବିଭିନ୍ନ ଦାବି ନେଇ ଭୁବନେଶ୍ବର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ମହିଳା କର୍ମଚାରୀ। ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ପକ୍ଷରୁ ବିଶାଳ ଗଣଧାରଣା ହୋଇଛି। ହଜାର ହଜାର ମହିଳା ଆଜି ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି। ପ୍ରାୟ ୬ଟି କ୍ୟାଡରର କାମ କରୁଥିବା ଏହି ମହିଳା କର୍ମଚାରୀମାନେ ଗତ ୯ ମାସର ବକେୟା ପାରିଶ୍ରମିକ ବା ଦରମା ପାଇନାହାନ୍ତି। ଦରମା ପ୍ରଦାନ ଦାବିରେ ଭୁବନେଶ୍ବରରେ ଏକାଠି ହୋଇଛନ୍ତି ମହିଳା। 

Advertisment