ଖୋଲାରେ ପଡିଛି ହଜାର ହଜାର କ୍ବିଣ୍ଟାଲ ଧାନ ; ହେଲେ ଆସୁନାହାଁନ୍ତି ମିଲର

ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି ହଜାର, ହଜାର କ୍ୱିଣ୍ଟାଲ ଧାନ। ହେଲେ ଆସୁନାହାଁନ୍ତି ମିଲର ।  ବିକ୍ରିହୋଇପାରୁନି ଚାଷୀଙ୍କ ଧାନ।  ଜମନକିରା ସୁବର୍ଣ୍ଣପାଲି ମଣ୍ଡିରେ ପଡ଼ିରହିଛି ୪୦ରୁ ଅଧିକ ଚାଷୀଙ୍କ ଧାନ।

223paddy

କନକ ବ୍ୟୁରୋ : ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି ହଜାର, ହଜାର କ୍ୱିଣ୍ଟାଲ ଧାନ। ସରିଲାଣି ତିନୋଟି ମଣ୍ଡି। ହେଲେ ଆସୁନାହାଁନ୍ତି ମିଲର। ତେଣୁ ବିକ୍ରିହୋଇପାରୁନି ଚାଷୀଙ୍କ ଧାନ।

 ଅନେକ ଦିନ ପରେ କୁଚିଣ୍ଡା ଉପଖଣ୍ଡରେ ଚିହ୍ନଟ ହୋଇଛି ଏଫ.ଏ.କ୍ୟୁ ମାନର ଧାନ। ଜମନକିରା ବ୍ଲକ ସୁବର୍ଣ୍ଣପାଲି ମଣ୍ଡିରେ ଜଣେ ମହିଳା ଚାଷୀ ଆଣିଥିବା ଧାନ ଏଫଏକ୍ୟୁ ମାନର। କିନ୍ତୁ ତିନୋଟି ମଣ୍ଡି ସରିଲାଣି ହେଲେ ଧାନ ସେହିପରି ଖୋଲା ଆକାଶ ତଳେ ପଡିରହିଛି। ତାସହ ୪୦ଜଣ ଚାଷୀଙ୍କ ୪ହଜାର କ୍ୱିଟାଂଲ ଧାନ ମଧ୍ୟ ବିକ୍ରି ହୋଇ ନ ପାରି ଖୋଲା ଆକାଶ ତଳେ ପଡି ରହିଛି।  କାରଣ ଆଜି ପର୍ଯ୍ୟନ୍ତ କୌଣସି ମିଲର ଆସୁ ନ ଥିବା ନେଇ ଅଭିଯୋଗ କରିଛନ୍ତି ଧାନ କିଣୁଥିବା ଏସଏଚଜି ସଦସ୍ୟା। ମିଲର ଆସୁନଥିବାରୁ କଟନି ଛଟନିର କଥାବାର୍ତ୍ତା ହୋଇ ପାରୁନଥିବା ବେଳେ ଆର.ଏମ.ସି କୌଣସି ବ୍ୟବସ୍ଥା କରିନଥିବା ଅଭିଯୋଗ ଆଣିଛନ୍ତି ଚାଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe