କନକ ବ୍ୟୁରୋ : ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି ହଜାର, ହଜାର କ୍ୱିଣ୍ଟାଲ ଧାନ। ସରିଲାଣି ତିନୋଟି ମଣ୍ଡି। ହେଲେ ଆସୁନାହାଁନ୍ତି ମିଲର। ତେଣୁ ବିକ୍ରିହୋଇପାରୁନି ଚାଷୀଙ୍କ ଧାନ।

Advertisment

 ଅନେକ ଦିନ ପରେ କୁଚିଣ୍ଡା ଉପଖଣ୍ଡରେ ଚିହ୍ନଟ ହୋଇଛି ଏଫ.ଏ.କ୍ୟୁ ମାନର ଧାନ। ଜମନକିରା ବ୍ଲକ ସୁବର୍ଣ୍ଣପାଲି ମଣ୍ଡିରେ ଜଣେ ମହିଳା ଚାଷୀ ଆଣିଥିବା ଧାନ ଏଫଏକ୍ୟୁ ମାନର। କିନ୍ତୁ ତିନୋଟି ମଣ୍ଡି ସରିଲାଣି ହେଲେ ଧାନ ସେହିପରି ଖୋଲା ଆକାଶ ତଳେ ପଡିରହିଛି। ତାସହ ୪୦ଜଣ ଚାଷୀଙ୍କ ୪ହଜାର କ୍ୱିଟାଂଲ ଧାନ ମଧ୍ୟ ବିକ୍ରି ହୋଇ ନ ପାରି ଖୋଲା ଆକାଶ ତଳେ ପଡି ରହିଛି।  କାରଣ ଆଜି ପର୍ଯ୍ୟନ୍ତ କୌଣସି ମିଲର ଆସୁ ନ ଥିବା ନେଇ ଅଭିଯୋଗ କରିଛନ୍ତି ଧାନ କିଣୁଥିବା ଏସଏଚଜି ସଦସ୍ୟା। ମିଲର ଆସୁନଥିବାରୁ କଟନି ଛଟନିର କଥାବାର୍ତ୍ତା ହୋଇ ପାରୁନଥିବା ବେଳେ ଆର.ଏମ.ସି କୌଣସି ବ୍ୟବସ୍ଥା କରିନଥିବା ଅଭିଯୋଗ ଆଣିଛନ୍ତି ଚାଷୀ।