କନକ ବ୍ୟୁରୋ :  କାଶ୍ମୀରରେ ଲେବାନନ ତାତି । ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ ।  କଳାପତାକା, ପ୍ଲାକାର୍ଡ ଧରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ। ସମର୍ଥନ ଜଣାଇ ପ୍ରଚାର ବାତିଲ କଲେ ପିଡିପି ମୁଖ୍ୟ ମେହେବୁବା ମୁଫତି । ହିଜବୁଲ୍ଲା ମୁଖ୍ୟ ନସରୁଲ୍ଲାର ନିପାତ ଘଟଣାକୁ ବିରୋଧ କରି ଜମ୍ମୁକାଶ୍ମୀରରେ ଜୋରଦାର ପ୍ରତିବାଦ କରାଯାଉଛି । କାଶ୍ମୀର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ପ୍ରତିବାଦ ରାଲି କରିବା ସହ ନସରଲ୍ଲାର ମୃତ୍ୟରେ ଶୋକବ୍ୟକ୍ତ କରିଛନ୍ତି ।  ହାତରେ ପ୍ଲାକାର୍ଡ, କଳାପତକା ଧରିବା ସହ ଓ ନସରୁଲ୍ଲା ଅମର ରହେ କହି ସହର ସାରା ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ବିକ୍ଷୋଭକାରୀମାନେ ଇସ୍ରାଏଲ ଓ ଆମେରିକା ବିରୋଧରେ ନାରାବାଜି କରିଛନ୍ତି । ସେପଟେ ଆଜି ପିଡିପି ରାଲି ମଧ୍ୟ ବାତିଲ କରାଯାଇଛି। ପିଡିପି ମୁଖ୍ୟ ମେହେବୁବା ମୁଫତି ନସରଲ୍ଲାକୁ ସହିଦ କହିବା ସହ ସହ ଆଜିର ପ୍ରଚାରୀ କାର୍ୟକ୍ରମ ବାତିଲକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

Advertisment

କାଶ୍ମୀରରେ ଲେବାନନ ତାତି
ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟା ପ୍ରତିବାଦ
ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପଦର୍ଶନ କରିଛନ୍ତି
କଳାପତାକା, ପ୍ଲାକାର୍ଡ ଧରି ବିଭିନ୍ନ ସ୍ଥାନରେ ପ୍ରତିବାଦ
ବିକ୍ଷୋଭକାରୀମାନେ ‘ନସରୁଲ୍ଲା ଅମର ରହେ’ଶ୍ଲୋଗାନ ଦେଇଛନ୍ତି
ସମର୍ଥନ ଜଣାଇ ପ୍ରଚାର ବାତିଲ କଲେ ପିଡିପି ମୁଖ୍ୟ ମେହେବୁବା ମୁଫତି
 ଇସ୍ରାଏଲର ଅପରେସନ 'ନ୍ୟୁ ଅର୍ଡର୍'ରେ ହିଜବୁଲ୍ଲା ମୁଖ୍ୟ ନସରଲ୍ଲା ମୃତ
ହିଜବୁଲ୍ଲା ଆଉ ବିଶ୍ବକୁ ଆତଙ୍କିତ କରିପାରିବନି କହିଲା ଇସ୍ରାଏଲ
ହିଜବୁଲ୍ଲାକୁ ସମ୍ପୂର୍ଣ୍ଣ ମୂଳପୋଛ ପାଇଁ ଜାରି ରହିବ ଅପରେସନ 'ନ୍ୟୁ ଅର୍ଡର୍'
ଲେବାନନ ପରେ ଇରାନରେ ବଡ଼ ଆକ୍ରମଣ କରିପାରେ ଇସ୍ରାଏଲ
ଇସ୍ରାଏଲ ଏୟାରବେସରେ ଜାରି ହୋଇଛି ହାଇ ଆଲର୍ଟ୍
ମଧ୍ୟ ପ୍ରାଚ୍ୟରେ ଘନାଉଛି ବଡ଼ ଯୁଦ୍ଧର ଆଶଙ୍କା