କନକ ବ୍ୟୁରୋ : ବାଲେଶ୍ବର ବାଲିଆପାଳ ବ୍ଲକର ବିଭିନ୍ନ ଆଶ୍ରୟସ୍ଥଳୀରେ ଲୋକମାନେ ଆଶ୍ରୟ ନେଇଛନ୍ତି । ପାଖାପାଖି ଏକ ହଜାରରୁ ଅଧିକ ଲୋକ ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି । ବାଲିଆପାଳ ବ୍ଲକରେ ୯୦ଟି ଆଶ୍ରୟସ୍ଥଳୀରେ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ଏହାସହ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ରନ୍ଧାଖାଦ୍ୟ ଦିଆଯିବାରେ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲିଆପାଳ ଅଞ୍ଚଳରେ ଧିରେ ଧିରେ ପବନ ସହିତ ବର୍ଷାର ପରିମାଣ ବଢୁଥିବା ବେଳେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର କୂଳିଆ ଲୋକେ ଭୟଭୀତ ଅଛନ୍ତି । ପରିବାର ସହ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀ ମୁହାଁ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ସେପଟେ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।