ରାମଚଣ୍ଡୀ ମୁହାଁଣରେ ହଜାର ହଜାର ଜେଲି ଫିସ୍ ; ସମୁଦ୍ରରେ ଭୀଷଣ ପ୍ରଦୂଷଣର ସଙ୍କେତ

ଅତ୍ୟଧିକ ଗରମ ପ୍ରଭାବରୁ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମୁହାଁଣ ନିକଟ ଇକୋ ରିଟ୍ରିଟ ସମୁଦ୍ର କୁଳରେ ସମୁଦ୍ର ଗର୍ଭରେ ଥିବା ବିରଳ ପ୍ରଜାତିର ବ୍ଲୁ ବଟମ୍ ଜେଲିଫିସ୍ ହଜାର ହଜାର ସଂଖ୍ୟାରେ ମରି ପଡ଼ଛନ୍ତି ।

30

କନକ ବ୍ୟୁରୋ: ଅତ୍ୟଧିକ ଗରମ ପ୍ରଭାବରୁ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମୁହାଁଣ ନିକଟ ଇକୋ ରିଟ୍ରିଟ ସମୁଦ୍ର କୁଳରେ ସମୁଦ୍ର ଗର୍ଭରେ ଥିବା ବିରଳ ପ୍ରଜାତିର ବ୍ଲୁ ବଟମ୍ ଜେଲିଫିସ୍ ହଜାର ହଜାର ସଂଖ୍ୟାରେ ମରି ପଡ଼ଛନ୍ତି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାମୁଦ୍ରିକ ପରିସଂସ୍ଥା ଉପରେ ପଡ଼ି ସାମୁଦ୍ରିକ ପରିସଂସ୍ଥା ତାପମାତ୍ରା କାଳକ୍ରମେ ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ଜେଲିଫିସ୍ ଗୁଡ଼ିକ ମରୁଛନ୍ତି । 

ଅଲିଭରିଡଲେ ଓ ତିମି ଭଳି ଜଳ ଜୀବଙ୍କର ଏହି ଜେଲିଫିସ୍ ଗୁଡିକ ମୁଖ୍ୟ ଆହାର ହୋଇଥାଏ ଓ ଅଲିଭରିଡଲେ ସଂଖ୍ୟା କମିଲେ ତଥା ସମୁଦ୍ରରେ ଖାଦ୍ୟ ଶୃଙ୍ଖଳ ବିଗିଡ଼ିଲେ ଏମାନେ ଲହଡ଼ିରେ ଭାସି ଆସିଥାନ୍ତି । ଏହି ଜେଲିଫିସ୍ ଗୁଡିକ ମଣିଷଙ୍କ ସଂସ୍ପର୍ଶରେ ଆସିଲେ ଚର୍ମ ରୋଗ ସଂକ୍ରମଣ ହୋଇଥାଏ । ଅନେକ ମାନବକୃତ କାରଣ ପାଇଁ ସାମୁଦ୍ରିକ ପରିବେଶ ପ୍ରଦୂଷିତ ହେବା ସହିତ ପ୍ରବଳ ଗରମ ହେବା ଫଳରେ ସମୁଦ୍ର ଜଳ ଉତ୍ତପ୍ତ ହେବାକୁ ନେଇ ଏହି ବିରଳ ଜେଲିଫିସଙ୍କ ମୃତ୍ୟୁ ହେଉଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe