ସାର ପାଇଁ ମାଥିଲି ସଦର ଲାମ୍ପସରେ ହଜାର ହଜାର ଚାଷୀଙ୍କ ଭିଡ଼, ପାଚେରି ଡେଇଁ ଛାତ ଉପରେ ସାର ପାଇଁ ଜଗି ବସିଛନ୍ତି ଚାଷୀ

କିଏ ଛାତ ତ ଆଉ କିଏ ପାଚେରି  ଉପରେ ଚଢିଯାଇଛନ୍ତି ସାର ନେବା ପାଇଁ । ଆଜି ପ୍ରଶାସନର ଲିଖିତ ପ୍ରତିଶ୍ରୃତି ପରେ ସାର ଯୋଗାଇ ଦେବାକୁ ଅନୁମତି ମିଳିଥିବାରୁ ହଜାର ହଜାର ଚାଷୀ ସାର ପାଇଁ ଆସିଛନ୍ତି ।

40

କନକ ବ୍ୟୁରୋ :  ସାର ପାଇଁ ହାହାକାର ପରିସ୍ଥିତି। ଲ୍ୟାମ୍ପସ ପାଚେରି  କାନ୍ଥ ଉପରେ ଚାଷୀ । ୟୁରିଆ ନେବା ପାଇଁ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମାଲକାନଗିରି ଜିଲା ମାଥିଲି ସଦର ଲ୍ୟାମ୍ପସରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । କିଏ ଛାତ ତ ଆଉ କିଏ ପାଚେରି  ଉପରେ ଚଢିଯାଇଛନ୍ତି ସାର ନେବା ପାଇଁ । ଆଜି ପ୍ରଶାସନର ଲିଖିତ ପ୍ରତିଶ୍ରୃତି ପରେ ସାର ଯୋଗାଇ ଦେବାକୁ ଅନୁମତି ମିଳିଥିବାରୁ ହଜାର ହଜାର ଚାଷୀ ସାର ପାଇଁ ଆସିଛନ୍ତି । କିନ୍ତୁ ମାତ୍ର ୧୨ ଶହ ପ୍ୟାକେଟ ୟୁରିଆ ସାର ଆସିଛି । ହଜାର ହଜାର ଚାଷୀଙ୍କୁ ୧୨ ଶହ ପ୍ୟାକେଟ ସାର କିପରି ବଣ୍ଟନ ହେବ । ଏତେ ଚାଷୀଙ୍କୁ କିଭଳି ଆବଶ୍ୟକ ଅନୁସାରେ ସାର ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ରୋକିବାକୁ ମାଥିଲି ପୋଲିସ ମୁତୟନ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe