ODISHA Photograph: (KANAK NEWS)
କନକ ବ୍ୟୁରୋ : ସରକାର ବିକାଶର ଡିଣ୍ଡିମ ପିଟୁଥିବାବେଳେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଦୃଶ୍ୟ ବାସ୍ତବତାକୁ ପଦାରେ ପକାଉଛି । ଆଜି ବି କେମିତି ଶତାଧିକ ଗାଁ ବିକାଶଠାରୁ ବହୁ ଦୂରରେ ରହିଛି ତାହା ସ୍ପଷ୍ଟ ହୋଇଛି । ସାମନାକୁ ଆସିଛି ଆମ ରାଜ୍ୟରେ ଆଜି ବି କେମିତି ଭୋକରେ ଆଉଟୁପାଉଟୁ ହେଉଛନ୍ତି ହଜାର ହଜାର ଲୋକ । ଗ୍ରାଉଣ୍ଡଜିରୋରେ କନକ ନ୍ୟୁଜ୍ ଏହି ଖବରକୁ ବାରମ୍ବାର ଦେଖାଇବା ପରେ ଆଜି ସତ ସ୍ବୀକାର କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏବଂ ରାଜ୍ୟକୁ ଅପପୁଷ୍ଟି ମୁକ୍ତ କରିବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି ।
ରାଜ୍ୟର ତିନି ଜିଲ୍ଲାର ବିକାଶର ଅସଲ ଚିତ୍ର ଦେଖାଇଥିଲୁ । ଆଜି ବି କେମିତି ମେଂଚାମେଂଚା ଯନ୍ତ୍ରଣାରେ ମଣିଷ ଛଟପଟ ହେଉଛନ୍ତି ସାମନାକୁ ଆଣିଥିଲୁ । ଭୋକ ବିକଳରେ କେଉଁଠି ଗଣ୍ଡାଏ ପଖାଳ, ନହେଲେ ପତ୍ର ଠୋଲାରେ ଚାଉଳ ଭଜା ଆମ ବ୍ୟବସ୍ଥାକୁ ପଦାରେ ପକାଇଥିଲା । କନକ ନ୍ୟୁଜରେ ବାରମ୍ବାର ପ୍ରସାରଣ ହେବା ପରେ ଏହି କଥାକୁ ସ୍ବୀକାର କରିଛନ୍ତି ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ବୌଦ୍ଧ ହରଭଙ୍ଗା ଅପପୁଷ୍ଟି ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇଛନ୍ତି ସରକାର । ଅପପୁଷ୍ଟିର କାରଣ କ’ଣ ସେ ନେଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ଆସିବା ପରେ ନିରାକରଣ ପାଇଁ ପଦକ୍ଷେପ ନିଆଯିବ । ଏଥିସହ ରାଜ୍ୟର ଅନ୍ୟ ଅଂଚଳରୁ ଅପପୃଷ୍ଟିର କାରଣ ଖୋଜି ତାହାର ନିରାକରଣ କରିବାକୁ ବିଭାଗ ସରକାର । ବିଭାଗ, ସ୍ବେଚ୍ଛାସେବୀ ସଂଗଠନ ସହିତ ସଂଯୋଗରେ ଓଡ଼ିଶାକୁ ସୁପୋଷିତ ଓଡ଼ିଶା କରିବା ଏବଂ ଅପପୁଷ୍ଟିମୁକ୍ତ କରିବାକୁ ଆମେ ପ୍ରତିବଦ୍ଧ । ଓଡ଼ିଶାର ଛୁଆ ମାନେ ସୁସ୍ଥ ରୁହନ୍ତୁ, ଏଭଳି ବ୍ୟବସ୍ଥା ଅଛି । ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଟେ ବୋଲି ଅପପୁଷ୍ଟି ଛୁଆ ମିଳିବେନି, ସେହି ଅଙ୍ଗନବାଡ଼ି କେନ୍ଦ୍ରକୁ ସଶକ୍ତ ଅଙ୍ଗନବାଡ଼ି ପୁରସ୍କାର ଦିଆଯିବ । ଅପପୁଷ୍ଟି ମୁକ୍ତ ନେଇ କ୍ୟାମ୍ପେନ ମୋଡ୍ରେ ଆମେ ନେଉଛୁ । ଏହାର ସିକିଲସେଲ୍, ଆନିମିଆ ଭଳି କାରଣ ଖୋଜାଯାଇ ଏହାର ନିରାକରଣ କରାଯାଉଛି । ପିଲାଙ୍କ ଓଜନ କରିବା, ସୁପୋଷଣ ଖାଦ୍ୟ ଦେବା ଏବଂ ପରିବାର, ଗାଁ ଏବଂ ଗୋଷ୍ଠୀଙ୍କୁ ଶିକ୍ଷିତ କରିବା ପାଇଁ ଅଭିଯାନ ମହିଳା ଓ ଶିଶୁ ବିକାଶ ବିଭାଗ ଆରମ୍ଭ କରିଛି। ରାଜ୍ୟର ଏବେ ବି ହଜାର ହଜାର ଶିଶୁ ଅପପୁଷ୍ଟିର ଶିକାର ଅଛନ୍ତି । ଯାହାର ନିରାକରଣ ଜରୁରୀ ।
Follow Us