କନକ ବ୍ୟୁରୋ:  ଦିନକୁ୍ ଦିନ କୋରାପୁଟରେ ବଢ଼ିଚାଲିଛି ଅପରିଚିତ ବ୍ୟକ୍ତି ଓ ବାଂଲାଦେଶୀଙ୍କ ସଂଖ୍ୟା । କିଏ ଫେରିବାଲା ତ ଆଉ କିଏ ଜରିବାଲା । ଅଳିଆ ଆବର୍ଜନାରୁ ପ୍ଳାଷ୍ଟିକ ପଦାର୍ଥ ଉଠାଇବା ହେଉ ଘର ତିଆରି କାମରେ ନିୟୋଜିତ ହେଉ, ଏଭଳି ପରିଚୟ ନେଇ ଘୁରି ବୁଲୁଛନ୍ତି । ପରିଚୟ ମାଗିଲେ, କିଏ କହୁଛି ରାଞ୍ଚିରୁ ଆସିଛି ତ ଆଉ କିଏ କହୁଛି ହଜିଯାଇଛି ଆଧାରକାର୍ଡ଼ ।

Advertisment

ତଥାପି ମୋଟା ଅଙ୍କ ଦେଇ ଘର ଭଡ଼ା ନେଇ ରହୁଛନ୍ତି। କେବଳ ଜୟପୁର ସହରରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ୬୦୦ରୁ ଅଧିକ । ଜିଲ୍ଲାରେ ଥିବା ଅନୁପ୍ରବେଶକାରୀଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ଦେଇ ସାରିଛି ହିନ୍ଦୁ ସଂଗଠନ । ବାଂଲାଦେଶୀଙ୍କୁ ନିଜ ଦେଶକୁ ଫେରି ଯିବା ନେଇ ସରକାରଙ୍କ ନିର୍ଦ୍ଦେଶକୁ ସ୍ୱାଗତ୍‌ କରିଛନ୍ତି କୋରାପୁଟ ସଂସଦ ଓ ଜୟପୁର ବିଧାୟକ ।  

ସେପଟେ ଜିଲ୍ଲା ପ୍ରଶାସନ କହିଛି, ନିର୍ଦ୍ଦେଶ ପାଳନ ପାଇଁ ପୁଲିସ ସହ ମିଶି ରୋଡ଼ ମ୍ୟାପ ପ୍ରସ୍ତୁତ କରାଯିବ। ଜୟପୁର ସହରର ପରିସୀମା ଓ ସ୍ଥାନୀୟ ଲୋକ ସଂଖ୍ୟା ଯେତିକି ବଢ଼ୁନି ତାଠାରୁ ଢେର୍ ଅଧିକ ଅନୁପ୍ରବେଶକାରୀଙ୍କ ସଖ୍ୟା ।