କନକବ୍ୟୁରୋ: ନିଜର ସରଳ, ସିଧାସଳଖ ଏବଂ କଠୋର ସତ୍ୟ ବଚନ ପାଇଁ ପରିଚିତ ବୃନ୍ଦାବନର ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ।   ସମାଲୋଚକମାନଙ୍କୁ ଏକ ଶକ୍ତ ଜବାବ ଦେଇଛନ୍ତି  ବାବା  । ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ହେଉଥିବା ଟିପ୍ପଣୀକୁ ନେଇ ସେ କହିଛନ୍ତି ଯେ ଯେଉଁମାନଙ୍କର ଆଚରଣ ଖରାପ, ସେମାନଙ୍କୁ ସତ୍-ଉପଦେଶ ସର୍ବଦା ଖରାପ ହିଁ ଲାଗିବ । ତାଙ୍କର ଏହି ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କ'ଣ କହିଲେ ପ୍ରେମାନନ୍ଦ ମହାରାଜ?
ତାଙ୍କର ଏକ ସତସଙ୍ଗ ସମୟରେ, ଜଣେ ଭକ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରେମାନନ୍ଦ ମହାରାଜ କହିଥିଲେ, "ଯାହାର ଆଚରଣ ମଇଳା, ତାକୁ ଉପଦେଶ କଦାପି ଭଲ ଲାଗିବ ନାହିଁ । ଏହା ଏକ ସାଧାରଣ କଥା ।" ସେ ଏହାକୁ ବୁଝାଇବା ପାଇଁ ଏକ ସୁନ୍ଦର ଉଦାହରଣ ଦେଇଥିଲେ । ସେ କହିଥିଲେ, "ଯେପରି ଜ୍ୱରରେ ପୀଡ଼ିତ ବ୍ୟକ୍ତିକୁ ମିଠା ଜିନିଷ ମଧ୍ୟ ତିକ୍ତ ଲାଗେ, ସେଥିରେ ମିଠାର କୌଣସି ଦୋଷ ନଥାଏ, ଦୋଷ ଥାଏ ରୋଗୀର ଜିଭରେ । ଠିକ୍ ସେହିପରି, ଯେଉଁ ବ୍ୟକ୍ତି ପାପ, କ୍ରୋଧ ଏବଂ ଭୋଗ-ବିଳାସରେ ବୁଡ଼ି ରହିଛି, ତାକୁ ଆଧ୍ୟାତ୍ମିକ କଥା, ଭଗବାନଙ୍କ ନାମ ଏବଂ ସତ୍ୟର ମାର୍ଗ ସର୍ବଦା କଷ୍ଟଦାୟକ ମନେହେବ ।"
ତାଙ୍କ କହିବାର ଅର୍ଥ ସ୍ପଷ୍ଟ ଥିଲା ଯେ ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି, ସେମାନେ ପ୍ରକୃତରେ ନିଜ ଭିତରର ଦୁର୍ଗୁଣ କାରଣରୁ ଏପରି କରୁଛନ୍ତି ଏବଂ ତାଙ୍କ କଥାରେ କୌଣସି ତ୍ରୁଟି ନାହିଁ ।

Advertisment

ପ୍ରେମାନନ୍ଦ ମହାରାଜ ତାଙ୍କର ସତସଙ୍ଗରେ ସର୍ବଦା  ସତ୍ୟ ଉପଦେଶ ଦେଇଥାନ୍ତି । ସେ ଅନେକ ସମୟରେ ଯୁବପିଢ଼ିଙ୍କୁ ଭୋଗ-ବିଳାସରୁ  କୁକର୍ମରୁ ଦୂରେଇ ରହିବାକୁ ଏବଂ ସାତ୍ତ୍ୱିକ ଜୀବନଯାପନ କରିବାକୁ ପରାମର୍ଶ ଦିଅନ୍ତି । ତାଙ୍କର କିଛି କଥାକୁ କେତେକ ଲୋକ ସହଜରେ ଗ୍ରହଣ କରିପାରନ୍ତି ନାହିଁ । କିନ୍ତୁ ସବୁବେଳେ  ଉଚିତ୍‌ କଥା କହିଥାନ୍ତି ।