ଏଥର ୧୪ ଦିନିଆ ଓଡ଼ିଶା ଦିବସ; ‘ଓଡ଼ିଶା ପକ୍ଷ’ ପାଳନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି

Advertisment

ଉତ୍କଳ ଦିବସର ନାମ ପରିବର୍ତ୍ତନ କରି ଓଡ଼ିଶା ଦିବସ କରିବା ପରେ ଏହାକୁ ଧୁମଧାମରେ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର। ଏଥର କେବଳ ଏପ୍ରିଲ ୧ ପରିବର୍ତ୍ତେ ପୂରା ୧୪ ଦିନ ପାଇଁ ଓଡ଼ିଶା ଦିବସ ପାଳନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି

ଉତ୍କଳ ଦିବସର ନାମ ପରିବର୍ତ୍ତନ କରି ଓଡ଼ିଶା ଦିବସ କରିବା ପରେ ଏହାକୁ ଧୁମଧାମରେ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର। ଏଥର କେବଳ ଏପ୍ରିଲ ୧ ପରିବର୍ତ୍ତେ ପୂରା ୧୪ ଦିନ ପାଇଁ ଓଡ଼ିଶା ଦିବସ ପାଳନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି

ଏଥର ୧୪ ଦିନିଆ ଓଡ଼ିଶା ଦିବସ

ଏଥର ୧୪ ଦିନିଆ ଓଡ଼ିଶା ଦିବସ Photograph: (KanakNews )

କନକ ବ୍ୟୁରୋ: ଉତ୍କଳ ଦିବସର ନାମ ପରିବର୍ତ୍ତନ କରି ଓଡ଼ିଶା ଦିବସ କରିବା ପରେ ଏହାକୁ ଧୁମଧାମରେ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର। ଏଥର କେବଳ ଏପ୍ରିଲ ୧ ପରିବର୍ତ୍ତେ ପୂରା ୧୪ ଦିନ ପାଇଁ ଓଡ଼ିଶା ଦିବସ ପାଳନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପ୍ରିଲ ପହିଲାଠାରୁ ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳନ ହେବ ‘ଓଡ଼ିଶା ପକ୍ଷ’।

  • ୧୪ ଦିନରେ ୧୪ କାର୍ଯ୍ୟକ୍ରମ
  • ଏପ୍ରିଲ ୧୪ରେ ଓଡ଼ିଆ ନବବର୍ଷ

ଓଡ଼ିଶା ଦିବସ ପାଳନ ପାଇଁ ଏଥର ନିଆରା ଆୟୋଜନ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ପାଳନ ହେବାକୁ ଥିବା ଓଡ଼ିଶା ପକ୍ଷରେ ୧୪ ଦିନରେ ୧୪ ଟି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏପ୍ରିଲ-୧ ତାରିଖରେ ଓଡ଼ିଶା ଦିବସ ପାଳନରୁ ଆରମ୍ଭ କରି ୧୪ ଦିନ ଧରି ଖଡ଼ିଛୁଆଁ ଦିବସ, ପାରମ୍ପରିକ ପୋଷାକ ପରିଧାନ ଦିବସ, ଓଡ଼ିଆରେ ନାମ ଫଳକ ଅଭିଯାନ, ଭୁବନେଶ୍ବରରେ ଐତିହ୍ୟ ଗଣଦୌଡ଼, ଦେବାଳୟ ଓ ଐତିହ୍ୟସ୍ଥଳୀର ସ୍ବଚ୍ଛତା ଅଭିଯାନ, ବର୍ଣ୍ଣବୋଧ ଦିବସ, ରକ୍ତଦାନ ଦିବସ, ଆସ ବହିଟିଏ କିଣିବା ଦିବସ, ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା, ଯୁବ ଲେଖକ ସମ୍ମିଳନୀ, ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା, ପାରମ୍ପରିକ ଖାଦ୍ୟ ଦିବସ ଏବଂ ୧୪ ତାରିଖରେ ଓଡ଼ିଆ ନବବର୍ଷ ପାଳନର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସାହିତ୍ୟିକ। କିନ୍ତୁ ବିଜେଡି ଏହାକୁ ଏକ ଘୋଷଣା ମାତ୍ର ବୋଲି କହିଥିବା ବେଳେ ଜବାବ ରଖିଛି ବିଜେପି।

୧୪ ଦିନରେ ଏଭଳି ନିଆରା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରିବାକୁ ଏହି ବିଷୟବସ୍ତୁଗୁଡ଼ିକ ଉପରେ ସେଲଫି ଅପଲୋଡ୍ ଏବଂ ଅନଲାଇନ ମାଧ୍ୟମରେ ସାଧାରଣ ଜ୍ଞାନ ପ୍ରତିଯୋଗିତା କରିବା ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe