କନକବ୍ୟୁରୋ :  ମାର୍ଚ୍ଚ ୧୩ରେ ବଡ ପରଦାରେ ମୁକ୍ତିଲାଭ କରିଛି ଓଡିଆ ଫିଲ୍ମ ଘମାଘୋଟ । ଓଡ଼ିଶାର ୪୫ଟି ହଲରେ ମୁକ୍ତିଲାଭ କରିଛି ଏହି ଫିଲ୍ମ । ଏହି ଫିଲ୍ମଟି ଆକ୍ସନ ଫିଲ୍ଲରେ ଭରପୁର ରହିଛି । ବିଗତ ଦିନର ଫିଲ୍ମକୁ ନେଇ ଏହି ଆକ୍ସନ ଏଥର ପରଦାରେ ରିଲିଜ୍ ହୋଇଛି ଓଡିଆ ଫିଲ୍ମ ଘମାଘୋଟ : ଧମାକାଦାର ଆକ୍ସନ ସହିତ ରହିଛି ରୋଚକ କାହାଣୀଟି ନିର୍ମିତ ହୋଇଛି । ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ ଦେବା ନେଇ ପ୍ରଯୋଜକ ଆଶା ରଖିଛନ୍ତି । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ  । କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନରରେ ତିଆରି ହୋଇଛି ଫିଲ୍ମ ।

Advertisment

ଏହି ଫିଲ୍ମର ପ୍ରିମିୟର ମାର୍ଚ୍ଚ ୧୩ ତାରିଖ ଦିନ ରିଲିଜ୍ ହୋଇଥିଲା l ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, ସହ ଅଭିନେତା, ଅଭିନେତ୍ରୀଙ୍କ ସମେତ ଓଲିଉଡ଼ ଇଣ୍ଡଷ୍ଟ୍ରିର ସମସ୍ତ ସିନେପ୍ରେମୀ ଉପସ୍ଥିତ ରହି ପୁରା ଫିଲ୍ମଟିକୁ ଦେଖିଥିଲେ ।  ଏହି ଫିଲ୍ମ ରେ ପ୍ରଥମ ଥର ପାଇଁ ୧୭ଜଣ ୟଙ୍ଗ ଷ୍ଟାରକାଷ୍ଟଙ୍କ ସହ ୧୮୦ କ୍ରୁଙ୍କୁ ନେଇ ଫିଲ୍ମ  ପ୍ରସ୍ତୁତ ହୋଇଛି  ।

ଓଡ଼ିଶାର ନିଛକ କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ । ସହ ପ୍ରଯୋଜନାରେ ରହିଛନ୍ତି କୌସ୍ତଭ ଦାସ ଓ ରାମ ପଟ୍ଟନାୟକ । ଫିଲ୍ମରେ ଅଛନ୍ତି ଅନେକ ଷ୍ଟାର କାଷ୍ଟ ଯାହାଙ୍କୁ ଆପଣ ଆଗରୁ ଅନେକ ଭଲପାଇବା ଦେଇ ସାରିଛନ୍ତି । 

ଫିଲ୍ମରେ ସନୋଜ କୁମାର, ଅଭିଷେକ ପଣ୍ଡା, ସନ୍ଦୀପ ମିଶ୍ର, ତପି ମିଶ୍ର, ଆକାଶ ହୋତା, ଆକାଶ ରାଉତ, ଶୈଳେନ୍ଦ୍ର ସାମନ୍ତରାୟ, କ୍ରିଷ୍ଣା କର, ରାଜେଶ ସାହୁ, ଜଣ୍ଟି, ଏଇମନ ପ୍ରଧାନ, ବିଭାସ ଓ ନବାଗତା ଜୟଶ୍ରୀ‌ ଷଡ଼ଙ୍ଗୀ ରହିଛନ୍ତି ।  ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ, ଅନୁରାଗ ପଟ୍ଟନାୟକ ଓ ସୂର୍ଯ୍ୟଜୀତ୍ । ଏହି ଫିଲ୍ଲରେ ବେଶ ଚର୍ଚ୍ଚାରେ ରହିଛି ପ୍ରକୃତିଙ୍କ ଆଇଟମ ଡ୍ୟାନ୍ସ ,ଯାହା ଦର୍ଶକଙ୍କୁ ବେଶ ମତୁଆଲ କରିବ ।