ଧାନ କିଣାବିକାରେ ସ୍ୱଛତା ପାଇଁ ସରକାରଙ୍କ ବଡ ଅଭିଯାନ । ଏଥର ମଣ୍ଡି ଜଗିବେ ମନ୍ତ୍ରୀ, କଟନିଛଟନିରେ ଲାଗିବ ବ୍ରେକ୍

Advertisment

ଚାଷୀଙ୍କ ଠାରୁ ଧାନ କିଣିବାକୁ ସରକାର ପ୍ରସ୍ତୁତ। ପ୍ରଥମ ଥର ପାଇଁ ଧାନ କିଣା ବାବଦକୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ଦେବେ ସରକାର। ତେବେ ଏହା ପୂର୍ବରୁ ସମସ୍ତ ମଣ୍ଡିକୁ ବ୍ୟବସ୍ଥିତ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର।

ଚାଷୀଙ୍କ ଠାରୁ ଧାନ କିଣିବାକୁ ସରକାର ପ୍ରସ୍ତୁତ। ପ୍ରଥମ ଥର ପାଇଁ ଧାନ କିଣା ବାବଦକୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ଦେବେ ସରକାର। ତେବେ ଏହା ପୂର୍ବରୁ ସମସ୍ତ ମଣ୍ଡିକୁ ବ୍ୟବସ୍ଥିତ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର।

mandi mantri

କନକ ବ୍ୟୁରୋ: ଚାଷୀଙ୍କ ଠାରୁ ଧାନ କିଣିବାକୁ ସରକାର ପ୍ରସ୍ତୁତ। ପ୍ରଥମ ଥର ପାଇଁ ଧାନ କିଣା ବାବଦକୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ଦେବେ ସରକାର। ତେବେ ଏହା ପୂର୍ବରୁ ସମସ୍ତ ମଣ୍ଡିକୁ ବ୍ୟବସ୍ଥିତ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଚଳିତବର୍ଷ ପ୍ରଥମ ଥର ପାଇଁ ମଣ୍ଡି ଦାୟିତ୍ବରେ ରହିବେ ମନ୍ତ୍ରୀ। ସୁନିଶ୍ଚିତ କରିବେ ମଣ୍ଡିରେ କିଛି ବି କେଳେଙ୍କାରୀ ହେବନି ।

ମଣ୍ଡିରେ ରହିବ ସ୍ୱଚ୍ଛତା

  • ଏକାଧିକ ମଣ୍ଡିକୁ ନେଇ ତିଆରି ହେବ ଜୋନ୍
  • ପ୍ରତି ମଣ୍ଡିରେ ରହିବେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ
  • ଯୋଗାଣ, ସମବାୟ, ପୋଲିସ ପ୍ରଶାସନ ଓ ଜିଲ୍ଳା ପ୍ରଶାସନର ଅଧିକାରୀ ବି ଦାୟିତ୍ୱରେ ରହିବେ
  • ଟୋକନ ବିଷୟରେ ସମସ୍ତ ନିଷ୍ପତି ଜିଲ୍ଲାପାଳ ନେଇ ପାରିବେ 

ପୂର୍ବ ସରକାରରେ ଧାନ କିଣାବେଳେ ମଣ୍ଡିରେ ହେଉଥିବା କଟନି ଛଟନିରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ସରକାର ଚରମ ନିଷ୍ପତ୍ତି ନେଇଛନ୍ତି। ଏହାସହ ବୋନସ ୮୦୦ ଟଙ୍କା ମିଳୁଥିବାରୁ ପଡୋଶୀ ରାଜ୍ୟର ଚାଷୀଙ୍କ ପାଇଁ ସୀମା ସିଲ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି। ଧାନ କିଣାର ପ୍ରାକ ପ୍ରସ୍ତୁତି ନେଇ ମନ୍ତ୍ରୀସ୍ତରୀୟ ବୈଠକର ନିଷ୍ପତ୍ତିରେ କ୍ୟାବିନେଟ ମୋହର ବାଜିବା ପରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି।

ବନ୍ଦ ହେବ କଟନି ଛଟନି 

  • ଧାନ ମଣ୍ଡିର ଆଧୁନିକୀକରଣ କରିବାକୁ ସମବାୟ, କୃଷି, ଯୋଗାଣ, ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ
  • ମାନ ନିର୍ଦ୍ଧାରଣ ଓ ଅଗାଡି ଅଲଗା କରିବାକୁ ଆନାଲାଇଜର ମେସିନର ବ୍ୟବସ୍ଥା
  • ପୂର୍ବଭଳି ୨ ଥର ନୁହେଁ ଥରେ ହେବ ଧାନର ମାନ ଯାଞ୍ଚ
  • ବର୍ଷାରେ ଧାନ ଓଦା ନହେବା ପାଇଁ ରହିବ ସୁବିଧା 

ସୂଚନାଯୋଗ୍ୟ ଯେ, ଗତବର୍ଷ ପୂର୍ବ ସରକାର ୫୮ ଲକ୍ଷ କ୍ବିଣ୍ଟାଲ ଧାନ କିଣିଥିଲେ। ଚଳିତଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ସରକାର ଟାର୍ଗେଟ ରଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe