ଏଥର ବରଗଡ ଧନୁଯାତ୍ରାରେ ଦର୍ଶକ ଦେଖିବେ ନୂଆ କଂସ । ହୃଷିକେଷ ଭୋଇ ହେବେନି ଆଉ ମହାରାଜ କଂସ

ବରଗଡ ଧନୁଯାତ୍ରାରେ ଏଥର ଦେଖିବାକୁ ପାଇବେ ଦର୍ଶକ ନୂଆ କଂସଙ୍କୁ । ୨୦୨୨ରୁ କଂସ ଭୂମିକାରେ ଅଭିନୟ କରିଆସୁଥିବା ହୃଷିକେଷ ଭୋଇଙ୍କୁ ଆଉ ଦେଖିବାକୁ ମିଳିବନି । କାରଣ ତାଙ୍କ ସ୍ଥାନରେ ଆସିବେ ନୂଆ କଂସ ।

DHANU JATRA

କନକ ବ୍ୟୁରୋ: ବରଗଡ ଧନୁଯାତ୍ରାରେ ଏଥର ଦେଖିବାକୁ ପାଇବେ ଦର୍ଶକ ନୂଆ କଂସଙ୍କୁ । ୨୦୨୨ରୁ କଂସ ଭୂମିକାରେ ଅଭିନୟ କରିଆସୁଥିବା ହୃଷିକେଷ ଭୋଇଙ୍କୁ ଆଉ ଦେଖିବାକୁ ମିଳିବନି ।

କାରଣ ତାଙ୍କ ସ୍ଥାନରେ ଆସିବେ ନୂଆ କଂସ । ଏନେଇ ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି ବୈଠକରେ  ନିଷ୍ପତ୍ତି  ହୋଇଛି  । ବିବାଦୀୟ ହୃଷିକେଷ ଭୋଇ ହେବେନି ମହାରାଜ କଂସ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବୈଠକରେ ସର୍ବସମ୍ମତି କ୍ରମେ  ଏହି ନିଷ୍ପତ୍ତି  ନିଆଯାଇଛି । ତେବେ ନୂଆ କଂସ ପାଇଁ ହେବ ଚୟନ ପ୍ରକ୍ରିୟା । ୨୦୨୨ ମସିହାରେ ଚୟନ ହୋଇଥିବା  ହୃଷିକେଶଙ୍କୁ ଛାଡ଼ି ୨ ରୁ ୫ ନମ୍ବର ମଧ୍ୟରେ ହେବ ଚୟନ  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe