କନକ ବ୍ୟୁରୋ : ବର୍ଷାରେ ଭିଜିବ କି ପୂଜା। ପାର୍ବଣରେ ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ। ଅକ୍ଟୋବରରେ ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଦୀର୍ଘ ମିଆଦୀ ଆକଳନରେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୪ ଅକ୍ଟୋବର ରୁ ୧୦ ଅକ୍ଟୋବର ରାଜ୍ୟର ପ୍ରବଳ ବର୍ଷାର ଆଶଙ୍କା କରିଛି ପାଣିବାଗ ବିଭାଗ । ବାତ୍ୟା ମାସରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଆହୁରି ଘନୀଭୂତ ହେବ ବୋଲି ସନ୍ଦେହ ସୃଷ୍ଟି ହେଉଛି। ଦଶହରା ପୂର୍ବରୁ ରାଜ୍ୟରେ ବଡ ବର୍ଷା ସମ୍ଭାବନା ରହିଛି ।