କନକ ବ୍ୟୁରୋ : କଟକରେ ଏଥର ଡିଜେମୁକ୍ତ ଭସାଣି ଏବଂ ନିଶାମୁକ୍ତ ରୋଷଣି । କମିଶନରେଟ ପୁଲିସର ଦୁର୍ଗାପୁଜା ପ୍ରସ୍ତୁତି ବୈଠକରେ କିଛି ଏଭଳି ନିଷ୍ପତ୍ତି ହୋଇଛି । ମେଲୋଡ଼ିରେ ଅଶ୍ଳୀଳତା ଉପରେ ରୋକ୍ ଲାଗିବ । ଡିଜେ ମୁକ୍ତ ଭସାଣି, ନିଶା ମୁକ୍ତ ରୋଷଣି, ଭିଡ଼ ସହ ଟ୍ରାଫିକ ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବ ଏଆଇ କ୍ୟାମେରା । ମହିଳାଙ୍କ ପାଇଁ ରହିବ ଟଏଲେଟ୍ । ଏଥର ପୂଜାରେ ପ୍ରଥମକରି ଖୋଲିବ ହେଲ୍ପ ଡେସ୍କ । ଭସାଣିରେ ପାରମ୍ପରିକ ବାଦ୍ୟ ବ୍ୟବହାର ସହ ଯେଉଁମାନେ ଏହାକୁ ପାଳନ କରିବେ ସେମାନଙ୍କୁ ପୁଲିସ ସମ୍ମାନିତ କରିବ। ଜୋର ଜବରଦସ୍ତି ଚାନ୍ଦା ଆଦାୟ କରାଯାଇପାରିବ ନାହିଁ । ଟ୍ରାଫିକ, ଭିଡ଼ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳାରେ ପୂଜା ଓ ଭସାଣି ସମାପନ କରିବା ପାଇଁ ପୁଲିସ ତିଆରି କରିଛି ବ୍ଲୁ ପ୍ରିଣ୍ଟ୍ ।
ନା’ ଡିଜେ ନା’ ନିଶା : କଟକରେ ଏଥର ଡିଜେମୁକ୍ତ ଭସାଣି ଆଉ ନିଶାମୁକ୍ତ ରୋଷଣି
ଡିଜେ ମୁକ୍ତ ଭସାଣି, ନିଶା ମୁକ୍ତ ରୋଷଣି, ଭିଡ଼ ସହ ଟ୍ରାଫିକ ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବ ଏଆଇ କ୍ୟାମେରା । ମହିଳାଙ୍କ ପାଇଁ ରହିବ ଟଏଲେଟ୍ ।
/kanak/media/media_files/2025/09/03/dj-2025-09-03-07-51-39.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)