କନକ ବ୍ୟୁରୋ:  ଉପାନ୍ତ ଅଂଚଳରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା । ଶ୍ରେଣୀଗୃହରେ ପିଲାମାନେ ପାଠ ପଢ଼ିବା ପାଇଁ ବସିଥିବା ବେଳେ ଶିକ୍ଷକ ନିଘୋଡ଼ ନିଦରେ ଶୋଇପଡ଼ିଛନ୍ତି । ମାଲକାନଗିରି ଜିଲା ମାଥିଲି ବ୍ଲକ ଡୁର୍କାଗୁଡା ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଶ୍ରେଣୀଗୃହରେ ସାର ଶୋଇଛନ୍ତି, ପିଲା ତଳେ ବସି ଦେଖୁଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment

ଗତକାଲି ମାଲକାନଗିରି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ବଣ୍ତାଘାଟିରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ସ୍ଥିତି ଅନୁଧ୍ୟାନ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ବଣ୍ତାଘାଟି ଗ୍ରସ୍ତ କରିଥିଲେ ନୂଆ ଜିଲାପାଳ । ମୁଦୁଲିପଡା ସ୍ଥିତ ଏସଏସଡି ବାଳିକା ବିଦ୍ୟାଳୟର ଶ୍ରେଣୀଗୃହରେ ପଶି ପିଲାଙ୍କ ଶିକ୍ଷା ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ । ଏହା ସହ ଘାଟିରେ ଶିକ୍ଷାର ମାନ କିପରି ରହିଛି ପରଖିଥିଲେ ଜିଲାପାଳ । ପିଲାଙ୍କୁ ପାଠ ପଢ଼ାଇଥିଲେ ।