କନକ ବ୍ୟୁରୋ : ଛତିଶଗଡରୁ ଆସିଛି ଏମିତି  ଏକ ଘଟଣା ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଶିକ୍ଷକଙ୍କଠୁ ପ୍ରତିଶୋଧ ନେବାକୁ ରକ୍ତପରାୟଣ ଛାତ୍ରଛାତ୍ରୀ । ବାଥରୁମରେ ବୋମା ଖଞ୍ଜି ଶିକ୍ଷକଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଘଟଣା ସାମ୍ନାକୁ ଆସିଛି । ଘଟଣା ରାୟପୁରୁ ଏକ ଘରୋଇ ସ୍କୁଲର । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୩ଜଣ ଛାତ୍ରୀ ଓ ୨ଜଣ ଛାତ୍ର ଅନଲାଇନରୁ ବୋମା ବନାଇକାବୁ ସାମଗ୍ରୀ ମଗାଇ ହାତରେ ବୋମ ତିଆରି କରିଥିଲେ । ପରେ ସ୍କୁଲର ଏକ ବାଥରୁମରେ ଏପରି ଖଞ୍ଜିଥିଲେ ଯେପରି ଫ୍ଲସ ମାରିଲେ ଏହା ବିସ୍ଫୋରଣ କରିବ ।

Advertisment

ଯୋଜନା ମୁତାବକ ବୋମା ଖଞ୍ଜିଥିଲେ ଛାତ୍ରଛାତ୍ରୀ ଓ କିନ୍ତୁ ଶିକ୍ଷକଙ୍କ ବଦଳରେ ଯେତେବେଳେ ଅନ୍ୟଜଣେ ଛାତ୍ରୀ ସେଠାକୁ ଯାଇଥିଲେ ଫ୍ଲସ ଦାବିବା ପରେଏହା ବିସ୍ଫୋରଣ ହୋଇଥିଲା । ଛାତ୍ରୀ ଗୁରୁତର ଆହତ ହେବା ସହ ଅଳ୍ପକେ ବର୍ତ୍ତିଥିଲେ ଟାର୍ଗଟରେ ଥିବା  ଶିକ୍ଷକ । ନିକଟରେ ହୋମ ୱାର୍କ କରିନଥିବାରୁ ଓ ଶ୍ରେଣୀରେ ଦୁଷ୍ଟାମୀ କରିଥିବାରୁ ଛାତ୍ରଛାତ୍ରୀଙ୍କ ଦଣ୍ଡିତ କରିଥିଲେ ଶିକ୍ଷକ ଓ ଏହା ପରେ ପ୍ରତିଶୋଧ ନେବାକୁ ଷଡଯନ୍ତ୍ର କରିଥିଲେ ୫ ଛାତ୍ରଛାତ୍ରୀ ।