() ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଟି ବଡ଼ ଘୋଷଣା -- କହିଲେ, ଦିପାବଳୀରେ ଜିଏସ୍‌ଟିରେ ଆଣିବୁ ସଂସ୍କାର-- ଆଜିଠୁ ଲାଗୁ ହେବ ବିକଶିତ ଭାରତ ରୋଜଗାର ଯୋଜନା-- ଯୁବକଙ୍କ ହାତକୁ ଯିବ ୧୫ ହଜାର--
ଦୀପାବଳିରେ ମୋଦୀ ଦେବେ ଉପହାର 

Advertisment

() ଲାଲକିଲ୍ଲାରୁ ମୋଦୀଙ୍କ ଗର୍ଜନ--- ସ୍ବାଧୀନତା ଦିବସରେ ପାକିସ୍ତାନକୁ ଚେତାବନୀ ଦେଲେ ମୋଦୀ--- କହିଲେ, ଆଉ ସହିବୁନି ପରମାଣୁ ବ୍ଲାକ୍‌ମେଲିଂ 
ପରମାଣୁ ଧମକକୁ ସହିବନି ଭାରତ

() ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-- କହିଲେ, ଓଡ଼ିଶା ହେବ ଫାର୍ମା ହବ୍‌-- ଖୋଲିବ ଆଉ ୪ ମେଡିକାଲ କଲେଜ-- 
'ଓଡ଼ିଶା ହେବ ଫାର୍ମା ହବ୍' 

() ରାଜ୍ୟରୁ ଦମନ ହେବ ଅପରାଧ--- ଯେତେ ପ୍ରଭାବଶାଳି ହେଲେ ବି କରାଯିବ ଗିରଫ--- ସରକାରଙ୍କ ଫୋକସ୍‌ରେ ମହିଳା ଓ ଚାଷୀ—
ଅପରାଧ ଦମନ କରିବେ ସରକାର  

() ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌ରେ ବିରୋଧୀ-- ସ୍ବାଧିନତା ଦିବସ ଅଭିଭାଷଣରେ କଲେ ଭର୍ତ୍ସନା-- ଜରୁରୀ ପରିସ୍ଥିତି କଥା ଉଠାଇ ବିରୋଧୀଙ୍କୁ କଲେ ନିନ୍ଦା 
ପିଏମ୍‌, ସିଏମ୍‌ଙ୍କ ଟାର୍ଗେଟ୍‌ରେ ବିରୋଧୀ

() ଫାଟିଲା ଘରେ ଥିବା ପେଟ୍ରୋଲ ବ୍ୟାରେଲ୍‌-- ଗଞ୍ଜାମ ଛତ୍ରପୁର ସୁନ୍ଦରପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ-- ଘରେ ପେଟ୍ରୋଲ ରଖି ବିକୁଥିଲେ-- ହଠାତ୍ ଫାଟିଥିଲା ବ୍ୟାରେଲ୍-- ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ-- 
ପେଟ୍ରୋଲ ବ୍ୟାରେଲ୍ ଫାଟି ଜଳିଗଲା ଘର

() ସ୍ୱାଧୀନତା ଦିବସରେ ହକ୍‌ ପାଇଁ ଲଢ଼େଇ-- ସୁନ୍ଦରଗଡ଼ ପାୱାର ପ୍ଲାଣ୍ଟ ଅଂଚଳରେ ପ୍ରଦୂଷଣ ପାଇଁ ବିସ୍ଥାପନ ଚାହୁଁଛନ୍ତି ଆଲୁପଡା ଓ ବରୋବଗା ଗ୍ରାମବାସୀ-- ପ୍ଲାକାର୍ଡ଼ ଧରି ସର୍କିଟ ହାଉସ ଆଗରେ ଧାରଣା--
ପ୍ରଦୂଷଣ ପାଇଁ ବିସ୍ଥାପନ ଦାବି

() ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୭ତମ ଶ୍ରାଦ୍ଧବାର୍ଷିକୀ ଓ ଜନ୍ମାଷ୍ଟମୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା-- ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ୍‌ ମାର୍ଚ୍ଚ-- ଜଳେଶପଟ୍ଟା ଓ ଚକାପାଦ ଆଶ୍ରମ ଚଳଚଞ୍ଚଳ--
କନ୍ଧମାଳରେ କଡ଼ା ସୁରକ୍ଷା

() ମହଙ୍ଗା ପଡ଼ିଲା ମେଗା ପାଇପ୍ ଜଳଯୋଗାଣ କାର୍ଯ୍ୟରେ ଅବହେଳା-- ୩ ବରିଷ୍ଠ ଅଧିକାରୀଙ୍କୁ ଜବାବତଲବ କଲେ ସରକାର-- କହିଲେ, କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ସନ୍ତୋଷଜନକ ନୁହେଁ—
କାହିଁକି ଧିମେଇଲା କାମ, ସିଧା ସିଧା ଜଣାଅ


() ଆଜି ପବିତ୍ର ଜନ୍ମାଷ୍ଟମୀ--- ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ--- ସବୁଠି ଭକ୍ତିମୟ ପରିବେଶ--- ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତୀ--- ସନ୍ଧ୍ୟାଧୂପ ପରେ ସାଧାରଣ ଦର୍ଶନ ବନ୍ଦ--
ଆଜି ପବିତ୍ର ଜନ୍ମାଷ୍ଟମୀ