କନକ ବ୍ୟୁରୋ : କିଛି କାମ କାର୍ଯ୍ୟ ନକରି ବର୍ଷକୁ ୬୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯୁବକ । ଏହା ଶୁଣିକି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଆଉ ଭାବୁଥିବେ ଯେ କିଛି କାମ ନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କିପରି କରୁଛନ୍ତି । ଆସନ୍ତୁ ଜାଣିବା କିପରି ? ଗୋଟିଏ ପଟେ ଏଲ ଆଣ୍ଡ ଟି’ ର ଚେୟାରମ୍ୟାନ ଏସଏନ୍ ସୁବ୍ରମଣ୍ୟମ ନିଜ କର୍ମଚାରୀଙ୍କୁ ସପ୍ତାହକୁ ୯୦ ଘଣ୍ଟା କାମ କରିବାକୁ କହୁଥିବାବେଳେ କିନ୍ତୁ ଜାପାନର ଜଣେ ଯୁବକ କିଛି କାମ କାର୍ଯ୍ୟ ନକରି ବର୍ଷକୁ ୬୯ ଲକ୍ଷ ରୋଜଗାର କରିନେଇଥାଆନ୍ତି । ଜାପାନରେ ରହୁଥିବା ଶୋଝି ମୋରିମୋଟୋ ଚାକିରି କରନ୍ତି ନାହିଁ । ତଥାପି ଅତି ସହଜରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିନେଇଥାଆନ୍ତି । ଲୋକଙ୍କ ସହ ସମୟ ବିତେଇଥାଆନ୍ତି ଆଉ ଏଥିପାଇଁ ମୋଟା ଅଙ୍କର ଫିସ୍ ନେଇଥାଆନ୍ତି ।
ଏହି ଭାବେ ସେ ବର୍ଷକୁ ୬୯ ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତି। ତାଙ୍କର ଏହିକାମକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରି ଥାଆନ୍ତି । ତେବେ ମୋରିମୋଟୋଙ୍କ ମୁଖ୍ୟ କାମ ଲୋକଙ୍କୁ ଇମୋସନାଲ ସପୋର୍ଟ କରିବା ଏବଂ ବ୍ୟକ୍ତିଙ୍କ ଏକଲାପଣ ଦୂର କରିବା । ମୋରିମୋଟୋ ଅନେକ ଥର ଏପରି ଲୋକଙ୍କ ସହ ବସି ଲଞ୍ଚ ମଧ୍ୟ କରିଥାଆନ୍ତି । ତାଙ୍କର ଏହି କାମ ଏବେ ଖୁବ୍ ଚର୍ଚ୍ଚାରେ । ମୋରିମୋଟୋଙ୍କ କହିବା କଥା ଅନେକ ଥର ମୋତେ କିଛି କାମ ପସନ୍ଦ ନଆସିଲେ ମୁଁ ମନା କରିଦେଇଥାଏ। ଯେମିତି କି ମୋତେ ପପ୍ କନ୍ସର୍ଟରେ ଯିବା ପସନ୍ଦ ନୁହେଁ । ତେବେ ଏଠି ଆମେ କହିଦେଉଛି ଯେ, ଜାପାନରେ ଏକଲାପଣ ବହୁତ ବଡ ସମସ୍ୟା । ଏକ ରିପୋର୍ଟ ଅନୁସାରେ ଜାପାନରେ ବର୍ତ୍ତମାନ ପାଖାପାଖି ୪୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଉଇକିପିଡିଆ ଅନୁସାରେ ଜାପାନରେ ଆତ୍ମହତ୍ୟା କୁ ଏକ ପ୍ରମୁଖ ସାମାଜିକ ମୁଦ୍ଦା ମନେକରାଯାଇଥାଏ । ଏଥିସହିତ G7 ବିକଶିତ ଦେଶ ମାନଙ୍କ ମଧ୍ୟରେ ଜାପାନ ଆତ୍ମହତ୍ୟା ମାମଲାରେ ଦ୍ବିତୀୟ ସ୍ଥାନରେ ଅଛି। ମହିଳା ଆତ୍ମହତ୍ୟା ସଂଖ୍ୟାରେ ଲଗାତାର ବୃଦ୍ଧି ଘଟୁଛି।