କନକ ବ୍ୟୁରୋ: ମାଟି ପାଣି ପବନରେ ଗଢ଼ା ତା ଶରୀର । ଗଛ ଲତା ପାହାଡ ପର୍ବତରେ ଆଚ୍ଛାଦିତ ତା ଶରୀର । କାଶ୍ମୀରରୁ କନ୍ୟା କୁମାରୀ ସେ ପରିବ୍ୟାପ୍ତ । ସେ ମୋ ମା..ମୋ ଭାରତ ମା । ହେ ମା’ ଆଜି ଆମେ ପ୍ରତିଶ୍ରୁତିବଦ୍ଧ... ତୁମ ମଥାରୁ ସିନ୍ଦୂର ଲିଭାଇଥିବା ପ୍ରତ୍ୟେକ ଆତଙ୍କୀଙ୍କୁ ଆମେ ଖୋଜି ଖୋଜି ମାରିବୁ । ଆଉ ଆତଙ୍କୀସ୍ତାନରୁ ତାଙ୍କୁ ମାଟିରେ ମିଶାଇଦେବୁ । ତୁମ ପ୍ରତି ହୋଇଥିବା ଆକ୍ରମଣର ଆମେ ଗୋଟି ଗୋଟି ବଦଲା ନେବୁ । ବର୍ଷ ବର୍ଷ ଧରି ଆମ ଭାରତ ମା’ର ମୁଣ୍ଡ କାଶ୍ମୀର ଉପରେ ଯେଉଁମାନେ ଆଖି ପକାଇଛନ୍ତି ତାଙ୍କୁ ଆମେ ଉଚିତ୍‌ ଜବାବ ଦେବୁ....

Advertisment

ଏହା ଜଣେ ପୁଅର କଥା... ଜଣେ ଭାରତୀୟ ଯବାନଙ୍କ କଥା, ତା ଭାରତ ମା ପାଇଁ । ଆଜି ବିଶ୍ୱ ମାତୃତ୍ୱ ଦିବସ, ମା ପାଇଁ ପାଳନ କରୁଥିବା ଏହି ଦିନରେ ଥରେ ଭାବନ୍ତୁ ତ ଏ ମାଟି ମା କଥା..ଏ ଭାରତ ମା କଥା । ଯାହାର ରାସ୍ତା ଘାଟ କୋଣ ଅନୁକୋଣ ଆଜି ଶୂନ୍ ଶାନ୍‌ । ଆମେ ହସିଲେ ସେ ହସିଥାଏ । ଆମ ଖୁସିରେ ସେ ଖୁସି ହୋଇଥାଏ । ଆମେ ଯେତେ ପର୍ବ ପାଳୁ ତା କୋଳ ସେ ସେତେ ଚମକି ଉଠିଥାଏ । ସେଥିପାଇଁ ତ ସେ ଭାରତ ମା । ହେଲେ ପହଲଗାମ୍‌ ଆକ୍ରମଣ ପରେ ସତେ ଯେମିତି ସ୍ତବ୍ଦ ହୋଇଯାଇଛି ଏ ମାଟି । ସୀମାରେ ଶୁଭୁଛି ଖାଲି ଗୋଳା ବାରୁଦର ଶବ୍ଦ । ଗର୍ଜନ କରୁଛି ବନ୍ଧୁକ । 

ପ୍ରତି ମୁହୂର୍ତ୍ତରେ ନିଜ ଭାରତ ମା’ର ସୁରକ୍ଷା ପାଇଁ ସୀମାରେ ସଜାଗ ଥାଆନ୍ତି ଭାରତୀୟ ସେନା, ସେମାନେ କେମିତି ତାଙ୍କ ମା ମଥାର ସିନ୍ଦୂର ଲିଭିଗଲେ ଚୁପ୍ ବସିବେ । ଯାହା ପାଇଁ ଚାଲିଛି ଆଜି ଯୁଦ୍ଧ... ଯାହାକୁ ରକ୍ଷା କରିବାକୁ ସଦା ପ୍ରସ୍ତୁତ ତା ପୁଅ । ମା ମଥାରୁ ସନ୍ଦୂର ଲିଭାଇ ଲୁଚିଥିଲେ ଆତଙ୍କୀ, ଆଉ ଏବେ ମା’ ସିନ୍ଦୂରର ପ୍ରତିଶୋଧ ନେବାକୁ ଯାଇ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଯବାନ ପୁଅ । 

ଏ ଲଢେଇ ହେଉଛି ଆମ ମା’ ପାଇଁ । ଦଶକ ଦଶକ ଧରି ଆମ ମା’ର ମୁଣ୍ଡରେ ଯେଉଁମାନେ ଉତପାତ କରୁଛନ୍ତି ସେମାନଙ୍କ ସହ । ସେମାନେ ବୁଝନ୍ତିନି ମା’ ମାଟିର କଥା, ସେମାନେ ବୁଝନ୍ତିନି ଭାରତରୁ କାଶ୍ମୀର ଅଲଗା ହେଲେ କଣ କରିପାରନ୍ତି ଭାରତୀୟ ଯବାନ । ଆଉ ଏବେ ସବୁ ସୀମା ସରହଦ୍ ଟପି ଯାଇଛନ୍ତି ଆତଙ୍କୀ । ୨୨ ଏପ୍ରିଲ, ୨୦୨୪ ଏ ଦିନକୁ ଭାରତ କେବେବି ଭୁଲି ପାରିବ ନାହିଁ । ଏହି ଦିନ ପହଲଗାମ୍‌ରେ ଆକ୍ରମଣ କରି ପୂରା ଭାରତ ଆଖିରେ ଲୁହ ଦେଇଥିଲା ଆତଙ୍କୀସ୍ତାନ । ନିରୀହ ଲୋକଙ୍କ ଜୀବନ ନେଇଥିଲେ ନର ରାକ୍ଷସ, ଧର୍ମ ପଚାରି ଗୁଳି କରିଥିଲେ କେବଳ ପୁରୁଷମାନଙ୍କୁ ସେ ପୁଣି ସ୍ତ୍ରୀ ଆଉ ପିଲା ସାମ୍ନାରେ । କାଶ୍ମୀରେ ବହିଥିଲା ରକ୍ତର ନଦୀ, ଭାରତ ମା’ର ଆଖିରୁ ଝରିଥିଲା ରକ୍ତର ଲୁହ । 

ଆଉ ଏହି ଘଟଣା ପରେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ପ୍ରତିଟି ଭାରତୀୟ ଯବାନ । ଆମ ମା ଆଖିରୁ ଲୁହ ଝରାଇ ଯେଉଁମାନେ ଖୁସି ହେଉଥିଲେ ତାଙ୍କୁ କଡ଼ା ଜବାବ୍ ଦେବାକୁ ହୋଇଥିଲେ ପ୍ରସ୍ତୁତ । ଏହାର ଜବାବ୍‌ ଦେବାକୁ ଯାଇ ପହଲଗାମ ଆକ୍ରମଣର ୧୫ ଦିନ ପରେ ଭାରତ ମା ପାଇଁ ହୋଇଥିଲା ଅପରେସନ୍‌ ସିନ୍ଦୂର । ରାତିଅଧିଆ ଆତଙ୍କୀସ୍ତାନରେ ସେନା ଯବାନ କରିଥିଲେ ଏୟାର ଷ୍ଟ୍ରାଇକ । ଆଉ ନେଇଥିଲେ ମା’ର ବଦଲା । ଏବେ ବି ଚାଲିଛି ଯୁଦ୍ଧ, ଯେଉଁ ପର୍ଯ୍ୟନ୍ତ ମା ଆଖିରୁ ଲୁହ ଶୁଖିନି ସେ ପର୍ଯ୍ୟନ୍ତ ଏମିତି ଶତ୍ରୁଙ୍କୁ ଶାସ୍ତି ଦିଆଯିବ । ଯେମିତି ଆଉ କେବେ ବି ସେମାନେ ଆମ ମା’ ଉପରକୁ ଆଖି ଉଠାଇ ଦେଖିବେନି ।