କନକ ବ୍ୟୁରୋ : ଚାଷ କାମ ଆପଣାଇଛନ୍ତି ପୂର୍ବତନ ବିଧାୟକ । ଚାଷ କରି ଅନ୍ୟପାଇଁ ପାଲଟିଛନ୍ତି ପ୍ରେରଣା । ଫୁଲବାଣୀର ପୂର୍ବତନ ବିଧାୟକ ଅଙ୍ଗଦ କହଁର ପରିଣତ ବୟସରେ ମଧ୍ୟ ବିଲରେ ଚାଷ କରୁଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଚାରିଚାରି ଥର ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ପୁଣି ୨୦୧୯ ରୁ ୨୦୨୪ ବିଧାୟକ ହୋଇଛନ୍ତି । ରାଜନୀତି କରିବାପରେ ମଧ୍ୟ ସେ ଛାଡ଼ିପାରି ନାହାନ୍ତି ନିଜ କୌଳିକ ବୃତ୍ତି । ଏବେ ଵି ଲଙ୍ଗଳ ଧରି ତାଙ୍କୁ ଵିଲରେ ଚାଷ କରୁଥିବା ଦେଖିବାକୁ ମିଳୁଛି । ପୂର୍ବତନ ବିଧାୟକଙ୍କ ରାଜନୀତିରେ ଏତେ ସଫଳତା ପରେ ମଧ୍ୟ ସେ ଭୁଲିନାହାନ୍ତି ନିଜ କୌଳିକ ବୃତ୍ତିକୁ । ବିଜୁ ଜନତା ଦଳର ବିଧାୟକ ଥିଲେ ଅଙ୍ଗଦ । ସେତେବେଳେ ମଧ୍ୟ ସମୟ ମିଳିଲେ ସେ ହାତରେ ଲଙ୍ଗଳ ଧରି ବିଲକୁ ଯାଉଥିଲେ । ଗତ ନିର୍ବାଚନରେ ପରାଜିତ ହେବା ପରେ ସେ ସମ୍ପୂର୍ଣ୍ଣ ରୂପେ କୃଷି କାମରେ ମନୋନିବେଶ କରିଛନ୍ତି। ବିହନ ବୁଣିବା ଠାରୁ ଆରମ୍ଭ କରି କୋଡା ଖୋଷା ପର୍ଯ୍ୟନ୍ତ ସବୁ ନିଜେ କରୁଛନ୍ତି । ଏଠାରେ ଧାନ ଚାଷ ସହିତ ବିଭିନ୍ନ ରକମର ପନିପରିବା ମଧ୍ୟ ଉତ୍ପାଦନ କରୁଛନ୍ତି ପୂର୍ବତନ ବିଧାୟକ ।
ରାଜନେତାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ପୂର୍ବତନ ବିଧାୟକ, ପରିଣତ ବୟସରେ ମଧ୍ୟ ବିଲକୁ ଯାଇ କରୁଛନ୍ତି ଚାଷ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଚାରିଚାରି ଥର ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ପୁଣି ୨୦୧୯ ରୁ ୨୦୨୪ ବିଧାୟକ ହୋଇଛନ୍ତି । ରାଜନୀତି କରିବାପରେ ମଧ୍ୟ ସେ ଛାଡ଼ିପାରି ନାହାନ୍ତି ନିଜ କୌଳିକ ବୃତ୍ତି ।
/kanak/media/media_files/2025/07/16/12-2025-07-16-08-25-31.jpg)