କନକ ବ୍ୟୁରୋ : ପ୍ରବାସୀ ଭାରତୀୟଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ ଜୟଶଙ୍କର କହିଛନ୍ତି, ପ୍ରତି ୨ବର୍ଷରେ ଥରେ ଆୟୋଜନ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହା କେବଳ ଏକ ସମ୍ମିଳନୀ ନୁହେଁ, ଏହା ପାରିବାରିକ ପୁନର୍ମିଳନ ଭଳି । 
ଓଡିଶାର କଳା ଓ ସଂସ୍କୃତିକୁ ପ୍ରଶଂସା କରିଛନ୍ତି ଜୟଶଙ୍କର । ବାଲିଯାତ୍ରାର ବି ଉଦାହରଣ ଦେଲେ ଜୟଶଙ୍କର । ସେ କହିଛନ୍ତି, ଓଡିଶାର କଳା ଓ ସଂସ୍କୃତି ଅନନ୍ୟ । ଓଡିଶା ରାଜ୍ୟର କଳା ଓ ସଂସ୍କୃତି ସାରା ଦେଶରେ ପରିଚିତ ।