କନକ ବ୍ୟୁରୋ : ଟ୍ରମ୍ପ ଟୁ ପଏଣ୍ଟ ଓ କାର୍ଯ୍ୟକାଳ ଆରମ୍ଭ ପରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।  ପ୍ରାୟ ୬ବର୍ଷ ବ୍ୟବଧାନ ପରେ ହ୍ବାଇଟହାଉସରେ ମୋଦୀ ଟ୍ରମ୍ପଙ୍କ ପରସ୍ପରକୁ ଭେଟିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି। ଅନୁପ୍ରବେଶକାରୀ, ଆତଙ୍କବାଦ,ବ୍ୟବସାୟ,ଆତଙ୍କବାଦୀଙ୍କ ପ୍ରତ୍ୟାର୍ପଣ,ଟାରିଫ,ପ୍ରତିରକ୍ଷା ଏଭଳି ଅନେକ ପ୍ରସଙ୍ଗକୁ ନଇ ଉଭୟ ରାଷ୍ଠନେତା ଚର୍ଚ୍ଚା କରିଛନ୍ତି । ଏହି ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଥିଲା । କାରଣ ହାଉଡି ମୋଦୀ ପରେ ଏହା ପୁଣି ଏକ ମୌକା ଥିଲା ଯେଉଁଠି ଦୁଇ ଶକ୍ତଶାଳୀ ରାଷ୍ଟ୍ର କେବଳ ପରସ୍ପର ଭେଟିନାହାଁନ୍ତି ବଂର ଗୁରୁତ୍ବପୂର୍ଣ୍ଣ ବୁଝାମଣା କରିଛନ୍ତି । ଏବେ ନଜର ଆମେରିକା ଗସ୍ତ ସମୟରେ ମୋଦୀ-ଟ୍ରମ୍ପଙ୍କ ସେହି ୧୦ବଡ କଥା ଉପରେ

Advertisment

ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ
ଦୁଇ ଦେଶ ମଧ୍ୟରେ ଖୁବଶୀଘ୍ର ହେବ ବଡ଼ ବାଣିଜ୍ୟକ ଚୁକ୍ତି 
୨୦୩୦ ସୁଦ୍ଧା ଦୁଇ ଦେଶ କରିବେ ୪୩ ଲକ୍ଷ କୋଟିର ବାଣିଜ୍ୟ
ଆମେରିକାରୁ ତୈଳ-ଗ୍ୟାସ କାରବାର ମଜଭୁତ ହେବ
ଲସ ଆଞ୍ଜେଲେସ, ବୋଷ୍ଟନରେ ବାଣିଜ୍ୟ ଦୂତାବାସ ଖୋଲିବ
ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ଉତ୍ପାଦନ ଉପରେ ଗୁରୁତ୍ବ
ଆମେରିକାରେ ଥିବା ଭାରତୀୟ ଅନୁପ୍ରବେଶକାରୀ ଫେରିବେ
ମାନବ ଚାଲାଣ ରୋକାଯିବ
ଟାରିଫ ନୀତିରେ ଉଭୟ ଦେଶର ସହମତି
ଆଲୋଚନା ଦ୍ବାରା ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ
ଟ୍ରେଡଠୁ ନେଇ ଟୁରିଜିମ ।

ଏଭଳି ଅନେକ କ୍ଷେତ୍ର ରହିଛି  ଯାହା  ଭାରତ ଓ ଆମେରିକା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଚର୍ଚ୍ଚା ଆଲୋଚନା କରାଯାଇଛି । ମୋଦୀଙ୍କ ଏଥରକ ଆମେରିକାଗସ୍ତ ଉଭୟ ଦେଶର କୁଟନୀତି ସର୍ମ୍ପକକୁ ଅଧିକ ମଜଭୂତ କରିବା ନେଇ ଆଶା କରାଯାଉଛି ।