ଭୁଶୁଡ଼ୁଛି ମାଓଦୁର୍ଗ ;  ବିଜାପୁରରେ ଆତ୍ମସମର୍ପଣ କଲେ ୩୧ ଦୁର୍ଦ୍ଦାନ୍ତ ମାଓବାଦୀ

ଭୁଶୁଡୁଛି ମାଓଦୁର୍ଗ  ବିଜାପୁରରେ ୩୧ ମାଓବାଦୀଙ୍କ ଆତ୍ମ ସମର୍ପଣ । ସମସ୍ତଙ୍କ ନାଁ ରେ ଥିଲା ୮୧ ଲକ୍ଷ ଟଙ୍କାର ପୁରସ୍କାର । ସେପଟେ ଛତିଶଗଡ଼-ମହାରାଷ୍ଟ୍ର ସୀମାରେ ଏନକାଉଣ୍ଟର ।  ୪ ମାଓବାଦୀ ନିପାତ ।

18

କନକ ବ୍ୟୁରୋ: ଭୁଶୁଡ଼ୁଛି ମାଓ ଦୁର୍ଗ । ଛତିଶଗଡ଼ ବିଜାରପୁରରେ ଆତ୍ମସମର୍ପଣ କରିଛନ୍ତି ୩୧ ମାଓବାଦୀ । ସମସ୍ତଙ୍କ ନାଁରେ ଥିଲା ୮୧ ଲକ୍ଷ ଟଙ୍କାର ପୁରସ୍କାର । ଛତିଶଗଡ଼ ବିଜାପୁର ପୁଲିସ ନିକଟରେ ଡିଭିସିଏମ୍, ଏସିଏମ୍ ଏବଂ ମିଲିସିଆଙ୍କ ମିଶାଇ ୩୧ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି  । ଦାନ୍ତେୱାଡ଼ା ଡିଆଇଜି ଓ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରଛନ୍ତି ମାଓବାଦୀ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଛି । ଅନ୍ୟପଟେ ଛତିଶଗଡ଼ – ମହାରାଷ୍ଟ୍ର ସୀମାରେ ସୁରକ୍ଷା ବଳର ଏନକାଉଣ୍ଟରରେ ୪ ମାଓବାଦୀ ନିପାତ ହୋଇଥିବା ସୂଚନା ରହିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe