କନକ ବ୍ୟୁରୋ : ଭାରତ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଲଢ଼େଇ ରବିବାର ଏଠାରେ ଖେଳାଯିବ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପ ଅଧିନାୟକ ଶୁବମନ୍ ଗିଲ୍ଙ୍କ ଲଗାତାର ବିଫଳତା ସହ ବିଜୟ ଧାରାକୁ ଫେରିବାର ଚାପ ଏବଂ ଦଳୀୟ ସନ୍ତୁଳନକୁ ଠିକ୍ କରିବାର ଚେଷ୍ଟା ପାଇଁ ଧର୍ମଶାଳାର ଶୀତଳ ଜଳବାୟୁରେ ବି ଭାରତ ଢେର ଉଷ୍ମତା ଅନୁଭବ କରିବ ।
ଅଧିକ ପଢନ୍ତୁ... ସୁନା ଓ ରୁପା ଦରର ଅସ୍ବାଭାବିକ ବୃଦ୍ଧି ଜାରି, ୩ ସପ୍ତାହରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୦୦୦ ଟଙ୍କା ବୃଦ୍ଧି
କଟକରେ ଜବରଦସ୍ତ ବିଜୟ ହାସଲ କରିବା ପରେ ଚଣ୍ଡିଗଡ଼ରେ ଅତି ସାଧାରଣ କ୍ରିକେଟ୍ ଖେଳିଥିବା ଭାରତୀୟ ଦଳକୁ କିନ୍ତୁ ଦକ୍ଷିଣ ଆଫ୍ରିକା ପୁଣି ଥରେ ପରୀକ୍ଷାରେ ପକାଇବାକୁ ପୂରା ପ୍ରସ୍ତୁତ। କାରଣ ଚଣ୍ଡିଗଡ଼ରେ ଭାରତକୁ ୫୧ ରନ୍ରେ ହରାଇବା ପରେ ଭ୍ରମଣକାରୀ ଦଳର ଆତ୍ମବିଶ୍ବାସ ଏବେ ଆକାଶଛୁଆଁ ।
ଅନ୍ୟପକ୍ଷରେ ଚଣ୍ଡିଗଡ଼ ପରାଜୟ ଅନେକ ଦୃଷ୍ଟିରୁ ଭାରତ ପାଇଁ ମହତ୍ତ୍ବ ରଖୁଛି। ଚଳିତବର୍ଷ ଖେଳିଥିବା ୧୭ ଟ୍ବେଣ୍ଟି-୨୦ ମଧ୍ୟରେ ଟିମ୍ ଇଣ୍ଡିଆର କେବଳ ଏହା ତୃତୀୟ ପରାଜୟ ଥିଲା। ସେହିଭଳି ଗତ ଜାନୁଆରି ପରଠାରୁ ଟସ୍ ଜିତିବା ପରେ ପ୍ରଥମ ଥର ପରାସ୍ତ ହୋଇଥିଲା ସୂର୍ଯ୍ୟକୁମାରଙ୍କ ସେନା। ଗତବର୍ଷ ଭାରତୀୟ ଦଳ ଟସ୍ ଜିତିବା ପରେ ଗୋଟିଏ ହେଲେ ବି ମ୍ୟାଚ୍ ହାରି ନଥିଲା ।
ବୃହତ୍ ପରାଜୟ ସହ ବାରମ୍ବାର ବ୍ୟାଟିଂକ୍ରମରେ ଅଦଳ ବଦଳ, ବିଶେଷ କରି ଅକ୍ଷର ପେଟଲଙ୍କୁ ତୃତୀୟ ସ୍ଥାନରେ ଖେଳାଯାଇଥିବା ନିଷ୍ପତ୍ତି ପାଇଁ ଉଭୟ ଅଧିନାୟକ ସୂର୍ଯ୍ୟକୁମାର ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପ୍ରଶଂସକଙ୍କ କଡ଼ା ନଜରରେ ରହିଛନ୍ତି। ଗିଲ୍ ଗତ ଦୁଇଟି ଯାକ ମ୍ୟାଚ୍ରେ ବିଫଳ ହୋଇଥିବାରୁ ରବିବାର ତାଙ୍କ ସହ ସୂର୍ଯ୍ୟ ଏବଂ ଗମ୍ଭୀରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ। ଯୁବ ଓପନର୍ ଅଭିଷେକ ଶର୍ମା ଆଶାଜନକ ଆରମ୍ଭ ଦେଇ ପାରୁ ନଥିବାରୁ ସେ ମଧ୍ୟ ନିଜ ପୁରୁଣା ଚମକ ଦେଖାଇବା ଆଶାରେ ପଡ଼ିଆକୁ ଓହ୍ଲାଇବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/surjya-kumar-2025-12-14-12-40-55.jpg)