କନକ ବ୍ୟୁରୋ : ଦୁଇଟି ପର୍ଯ୍ୟାୟରେ ୬୦ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲେ ବି ୪୦ଲକ୍ଷରୁ ଅଧିକ ଆବେଦନକାରୀ ଏବେ ବି ଅପେକ୍ଷାରେ ରହିଛନ୍ତି । କେବେ ମିଳିବ ଟଙ୍କା ତାକୁ ଚାହିଁ ବସିଛନ୍ତି । ଏହାରି ଭିତରେ ଆଜି ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଲକ୍ଷ ଲକ୍ଷ ଆବେଦନକାରୀ ସୁଭଦ୍ରା ଟଙ୍କା ପାଇବାକୁ ଅପେକ୍ଷା କରି ରହିଥିବାବେଳେ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ସୁଭଦ୍ରା ଟଙ୍କା ମିଳିବ ବୋଲି ଗଣାମଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୨୫ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା ।
ଗତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନିଜେ ନିଜେ ଯୋଜନାର ଶୁଭାରମ୍ଭ କରିବା ସହ ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଥିଲେ । ତାପରେ ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ୧କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିବାରୁ ଆହୁରି ପ୍ରାୟ ୪୦ଲକ୍ଷ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି ।
ଆବେଦନକାରୀଙ୍କ ମଧ୍ୟରୁ ୨ଲକ୍ଷ ଆବେଦନକାରୀଙ୍କୁ ରିଜେକ୍ଟ କରାଯାଇଛି । ତେବେ ସୁଭଦ୍ରା ଯୋଜନା ନିୟମରେ ସଂଶୋଧନ ଆଣି କେମିତି ଅଧିକ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହୋଇପାରିବେ ସେଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/28/Pj6vrYZEWNzASK0LgKW4.jpg)