କନକ ବ୍ୟୁରୋ: ରବିବାର ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୁନ୍ଦରଗଡ଼ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟଙ୍କା ରିଲିଜ କରିବେ ଏବଂ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବ। । ତେବେ ବିଭିନ୍ନ କାରଣରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନରୁ ୨୫ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ଶୁଭଦ୍ରା ଟଙ୍କା ଦିଆଯିବ । ବାଦ ପଡ଼ିଥିବା ହିତାଧିକାରୀଙ୍କ ବାବଦରେ ରିପୋର୍ଟ ଆସିବା ପରେ ପ୍ରାୟ ୨୫ ପ୍ରତିଶତ ସଂଶୋଧନ କରାଯାଇଛି । ସେମାନେ ତୃତୀୟ ପର୍ୟ୍ୟାୟରେ ଶୁଭଦ୍ରା ଟଙ୍କା ପାଇବା ନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ତେବେ ବଳକା  ହିତାଧିକାରୀଙ୍କ ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ । ତାଙ୍କ ନାଁ'ରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ଫିଜିକାଲ ଭେରୀଫିକେସନ ହେବ ଏବଂ ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Advertisment

ମିସ୍ ମ୍ୟାଚ୍‌ ଆକାଉଣ୍ଟକୁ ଯିବନି ଟଙ୍କା 
ସଚେତନ କରିବାକୁ ଘରକୁ ଯିବେ ସରକାରୀ ଅଧିକାରୀ  । ସୁଭଦ୍ରା ଯୋଜନାରେ ୫ ଲକ୍ଷ ଆକାଉଣ୍ଟ ମିସ ମ୍ୟାଚ ହୋଇଥିଲା, ଯାହା ବର୍ତମାନ ସୁଦ୍ଧା ସମାଧାନ ହୋଇପାରି ନାହିଁ । ଅର୍ଥାତ ୫ ଲକ୍ଷ ଆବେଦନକାରୀ ଚଳିତଥର ଲାଭବାନ ହୋଇପାରିବେ ନାହିଁ । ସେମାନଙ୍କ ଆକାଉଣ୍ଟ-ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସାମିଲ ହେବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ପାଇପାରିବେ । 
 
ବିଜେପି ସରକାରର ବହୁ ପ୍ରତିକ୍ଷୀତ ଯୋଜନା ସୁଭଦ୍ରାକୁ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ କିସ୍ତିରେ ଦୁଇଟି ପର୍ୟ୍ୟାୟରେ ୬୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ଟଙ୍କା ମିଳିଥିବାବେଳେ ରବିବାର ୨୦ ଲକ୍ଷରୁ ଉର୍ଦ୍ଧ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ତେବେ ଡିସେମ୍ବରରେ ସୁଦ୍ଧା ଏକ କୋଟି ମହିଳା ପାଇବେ ସୁଭଦ୍ରା ଟଙ୍କା ।