ମୁଖ୍ୟମନ୍ତ୍ରୀ ସୁଇଚ୍ ଟିପିଲେ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା ।

Advertisment

ସୁନ୍ଦରଗଡରୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ଟଙ୍କା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ପର୍ୟ୍ୟାୟରେ ୨୦ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କା।

ସୁନ୍ଦରଗଡରୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ଟଙ୍କା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ପର୍ୟ୍ୟାୟରେ ୨୦ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କା।

vlcsnap-2024-11-24-19h19m16s863

କନକ ବ୍ୟୁରୋ: ପୁଣି ସୁଭଦ୍ରା ଆଣିଲା ସୁଭଦ୍ରାଙ୍କ ମୁହଁରେ ହସ। ଆଜି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସୁନ୍ଦରଗଡ଼ରେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବଣ୍ଟନ କରିଛନ୍ତି । ଆଜି ଟଙ୍କା ପାଇଛନ୍ତି ପ୍ରାୟ ୨୦ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ।  

ସୁନ୍ଦରଗଡରୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ପର୍ଯ୍ୟାୟ ରେ ୨୦ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କା। ବଡ କଥା ହେଉଛି, ଏହି ପର୍ଯ୍ୟାୟ ରେ ପୂର୍ବରୁ ବିଭିନ୍ନ କାରଣରୁ ବାଦ୍  ପଡ଼ିଥିବା ୨୫ ପ୍ରତିଶତ ମହିଳା ଏଥିରେ ସାମିଲ ହୋଇଛନ୍ତି।
 
ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ପ୍ରାୟ ୨ଲକ୍ଷ ୬୭ ହଜାର ମହିଳା ବାଦ୍ ପଡ଼ିଥିଲେ। ଏଥର ଏଥିରେ ଆବଶ୍ୟକ ଯାଞ୍ଚ କରି ପଦକ୍ଷେପ ନିଆଯାଇଛି। ତିନି ପର୍ଯ୍ୟାୟ ରେ ପ୍ରାୟ ୮୦ ଲକ୍ଷ ମହିଳା ଉପକୃତ ହୋଇଛନ୍ତି। ଆଜି ସୁଭଦ୍ରା ଯୋଜନାରେ ଟଙ୍କା ପାଇଥିବା ମହିଳା ହିତାଧିକାରୀମାନେ ଖୁସି ପ୍ରକାଶ କରିଛନ୍ତି । 

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ପ୍ରାୟ ୧କୋଟିରୁ ଅଧିକ ମହିଳା ଆବେଦନ କରିଛନ୍ତି। ଯେଉଁ ତିନୋଟି ପର୍ଯ୍ୟାୟ ରେ ସାମିଲ ହୋଇନଥିବା ଆହୁରି ୨୦ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବା ଅପେକ୍ଷାରେ ରହିଛନ୍ତି । ତେବେ ଡିସେମ୍ବର ମାସ ଶେଷ ସୁଦ୍ଧା କୋଟିଏ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହି ସାରିଛନ୍ତି ଉପମୁଖ୍ୟମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe