ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରି ; ପାଇଖାନାରେ ଭର୍ତ୍ତି କରି ନିସ୍ତୁକ ମାଡ଼ ମାରିଲେ

ମୟୂରଭଞ୍ଜ ଯଶିପୁର ଅବକାରୀ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ଥାନା ପାଇଖାନାରେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼   । ମହୁଲି ବିକିବା ଅଭିଯୋଗରେ ଅବକାରୀ ପୁଲିସ ମହିଳାଙ୍କ ଘରେ କରିଥିଲା ଚଢ଼ାଉ ।

28

କନକ ବ୍ୟୁରୋ: ମୟୂରଭଞ୍ଜ ଯଶିପୁର ଅବକାରୀ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରି ଅଭିଯୋଗ । ଥାନା ପାଇଖାନାରେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଆଦିବାସୀ ମହିଳାଙ୍କୁ ଦେହରେ ମାଡ ମରାଯାଇଥିବା ନେଇ ଏକାଧିକ ଚିହ୍ନ ରହିଛି ।

ମହିଳାଙ୍କ ସମ୍ବେଦନଶୀଳ ସ୍ଥାନରେ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଜଣେ ଆଦିବାସୀ ମହିଳା । ମହୁଲି ବିକିବା ଅଭିଯୋଗରେ ଅବକାରୀ ପୁଲିସ ମହିଳାଙ୍କ ଘରେ ଚଢ଼ାଉ କରିଥିଲା । ପରେ ତାଙ୍କୁ ଥାନା ହାଜତକୁ ନେଇ ମାଡ଼ ମରାଯାଇଥିଲା ବୋଲି ଲିଖିତ ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe